ଭୁବନେଶ୍ୱର,୯ା୧୨(ଅନୁପମ ମିଡ଼ିଆ): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ମାତ୍ର ଏହି କୃଷି ପ୍ରଧାନ ରାଜ୍ୟରେ ଚାଷୀର ଜମିକୁ ପାଣି-ବିହନ-ସାର ମିଳୁନାହଁ । ଚାଷୀଙ୍କ ଉନ୍ନତି ପାଇଁ ସବୁ କିଛି କରାଯାଉଛି ବୋଲି ପ୍ରତ୍ୟେକ ସରକାର ଡିଣ୍ଡିମ ପିଟୁଥିଲା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ଏପରି ସ୍ଥିତିରେ ଚାଷୀ ଚାଷ କରିବ କିପରି ? ସେଥିପାଇଁ ଚାଷୀ ଚାଷ ନକରି ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛି ।
ରାଜ୍ୟରେ ୩୩ ଲକ୍ଷରୁ ଅଧିକ ଚାଷୀ ଅଛନ୍ତି । ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି ଓ ୨୪ ଲକ୍ଷ ଲୋକ କୃଷି କ୍ଷେତ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରି ପରିବାର ଭରଣପୋଷଣ କରିଥାନ୍ତି । ମାତ୍ର କୃଷି ପାଇଁ ଅତ୍ୟାବଶ୍ୟକ ପାଣି-ବିହନ-ସାରର ଘୋର ଅଭାବ ଦେଖା ଦେଇଛି ରାଜ୍ୟରେ । ରାଜ୍ୟରେ ୬୧.୮୦ ଲକ୍ଷ ହେକଫର ଚାଷ ଉପଯୋଗୀ ଜମି ରହିଛି । ସେଥିରୁ ୩୮.୮୦ ଲକ୍ଷ ହେକଫରରେ ଖରିଫ ଓ ୩ ଲକ୍ଷ ହେକଫରରେ ରବି ଫସଲ କରାଯାଉଛି । ବଳକା ଜମି ପଡ଼ିଆ ପଡ଼ିଛି । ରାଜ୍ୟ କୃଷି ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ମୋଟ ଚାଷ ହେଉଥିବା ଜମିରୁ ମାତ୍ର ୫୪ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଅଛି । ବଳକା ୪୬ ପ୍ରତିଶତ ବର୍ଷା ଉପରେ ନିର୍ଭର କରିଥାଏ ।
ଜଳସମ୍ପଦ ବିଭାଗ ସୂଚନା ଅନୂଯାୟୀ ଏବେ ରାଜ୍ୟରେ ଛ’ଟି ବୃହତ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଏହି ୮ଟି ପ୍ରକଳ୍ପ ପାଇଁ ୧୩,୨୬୭.୭୧ କୋଟି ଟଙ୍କା ବ୍ୟୟ ହୋଇସାଥିଲେ ମଧ୍ୟ ମାତ୍ର ୮୯ହଜାର ୪୩୦ ହେକଫର ଜମିକୁ ପାଣି ଯୋଗାଇ ଦିଆଯାଇଛି । ଏହି ୮ଟି ପ୍ରକଳ୍ପ ଦ୍ୱାରା ୩୬୩.୬୪ ହଜାର ହେକଫର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି କାର୍ଯ୍ୟ ଚାଲୁଥିବା ସାତଟି ମଧ୍ୟମ ପ୍ରକଳ୍ପରେ ୧,୪୮୫.୪୫ କୋଟି ବ୍ୟୟ ହୋଇସାରିଛି । ଏହି ପ୍ରକଳ୍ପ ଦ୍ୱାରା ୩୭.୯୪ ହଜାର ହେକଫର ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ହୋଇଛି ମାତ୍ର ୫.୭୨ ହଜାର ହେକଫର । ଏଥିରୁ ରାଜ୍ୟରେ ଚାଷ ଜମିକୁ ପାଣି ଯୋଗାଇବା ପାଇଁ କିପରି ତପିରତା ପ୍ରକାଶ କରାଯାଉଛି ତାହା ଅନୁମେୟ ।
ରାଜ୍ୟରେ ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ସଂଘଠିତ ହେଉଛି । ଭୟଙ୍କର ମରୁଡ଼ି, ବନ୍ୟା, ପୋକ ଆକ୍ରମଣ ପରି ଦୁର୍ବିପାକ ସହ ରାଜ୍ୟର ଚାଷୀ ଅଭ୍ୟସ୍ତ । ରାଜ୍ୟରେ ଏବେ ଚାଷୀ ହେକଫର ପିଛା ମାତ୍ର ୬୩ କିଲୋ ସାର ବ୍ୟବହାର କରୁଥିଲା ବେଳେ ଏହା ଜାତୀୟ ସ୍ତରଠାରୁ ବହୁ ତଳେ ବୋଲି କୃଷି ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି । ସେହିପରି ରାଜ୍ୟରେ ଚାଷୀ ହେକଫର ପିଛା ମାତ୍ର ୧.୨୯ ୟୁନିଟ ବିଦୁ୍ୟତ ଶକ୍ତି ବ୍ୟବହାର କରୁଛନ୍ତି । ଏଥିରୁ ରାଜ୍ୟରେ କିପରି ଚାଷ ଚାଲିଛି ତାହା ଅନୁମେୟ । ୧୯୯୫ ପର୍ଯ୍ୟନ୍ତ ରାଜ୍ୟରେ କୃଷି କ୍ଷେତ୍ରରେ ଟ୍ରାକଫର, ପାୱାର ଟିଲରର ବ୍ୟବହାର ହେଉନଥିଲା । ସେତେବେଳ ଯାଏ ହଳବଳଦ ଥିଲେ ଚାଷୀର ମୁଖ୍ୟ ସାଥି । ୧୯୯୫ରେ ରାଜ୍ୟର ଚାଷୀଙ୍କ ନିକଟରେ ମାତ୍ର ୭୬ଟି ଟ୍ରାକଫର, ପାୱାର ଟିଲର ଥିଲା ବେଳେ ଏବେ ତାହା ୨୫ ହଜାରରୁ ଅଧିକ ବୃଦ୍ଧି ପାଇଛି । ଏହା କେବଳ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଟ୍ରାକଫର, ପାୱାର ଟିଲରର ହିସାବ । ରାଜ୍ୟରେ ଚାଷ ଜମି ଓ ଚାଷୀଙ୍କ ସଂଖ୍ୟା ହ୍ରାସ ପାଉଛି । ୧୯୫୦-୫୧ରେ ରାଜ୍ୟରେ ମୁଣ୍ଡପିଛା ୦.୩୯ ହେକଫର ଚାଷ ଜମି ଥିଲା ବେଳେ ଏବେ ତାହା ୦.୧୦କୁ ହ୍ରାସ ପାଇଛି । ଏହାର କାରଣ ହେଉଛି ରାଜ୍ୟରେ ଚାଷ ପାଇଁ ଅନୁକୂଳ ସ୍ଥିତି ନଥିବାରୁ ଚାଷୀ ଜମି ମାଫିଆଙ୍କୁ ଚାଷ ଜମି ବିକି ଦେଉଛି । ଜମି ମାଫିଆ ଜମିର କିସମ ପରିବର୍ତ୍ତନ କରି ଘରବାଡ଼ି ପାଇଁ ବିକ୍ରୀ କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଅନ୍ୟ ଏକ କାରଣ ହେଉଛି ସରକାରଙ୍କ ଦ୍ୱାରା ଚାଷ ଜମିକୁ ଶିଳ୍ପାୟନ ପାଇଁ ଅଧିଗ୍ରହଣ କରାଯିବା । କେବଳ ଜଗତସିଂହପୁର ଜିଲ୍ଲାରେ ପୋସ୍କୋ ଜମି ଅଧିଗ୍ରହଣ କରିନପାରି ଦେଶ ଛାଡ଼ିଥିଲା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଇସ୍ପାତ
କାରଖାନା ସ୍ଥାପନ କରିବା ପାଇଁ ଟାଟା ପକ୍ଷରୁ ରାଜ୍ୟ ସରକାର ଚାଷ ଜମି ଅଧିଗ୍ରହଣ କରି ଶହ ଶହ ଚାଷୀଙ୍କୁ ନିଜ ଜମିରୁ ବେଦଖଲ କରିଛନ୍ତି । ଏପରି ସ୍ଥିତି ଲାଗି ରହିଲେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ଦୂରର କଥା ଦୁଇ ଓଳି ଖାଇବାକୁ ମିଳିବା କଷ୍ଟକର ହେବା ଅସମ୍ଭବ ନୁହେଁ ।