ଆସିକା,୧୯ା୫(ଅନୁପମ ମିଡ଼ିଆ): ସ୍ଥାନୀୟ କଳିଙ୍ଗା ରୋଡ଼ ରାଜସ୍ୱ ଡ଼ାକବଙ୍ଗଳା ପଛ ପଟ ବଡ଼ନଦୀ ପଠାରେ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ୨୮ରୁ ୩୦ ବର୍ଷ ମଧ୍ୟରେ ଏହି ବିବାହିତ ମହିଳା ଜଣଙ୍କ ଶବ ପଡିଥିବା ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ମୃତ ମହିଳା ମୁଣ୍ଡ ପୋତା କେଳା ସମ୍ପ୍ରଦାୟର ଓ ପଥରା ଗ୍ରାମର ଗୋଲାପ ବୋଲି ଚିହ୍ନଟ କରିଥିଲା । ଏ ସମ୍ପର୍କରେ ପୋଲିସ ଅପମୃତ ମାମଲା ନଂ ୧୩/୧୯ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସବ୍ଇନ୍ସପେକଫର ଏସ୍. ଭୂୟାଁ ପ୍ରକାଶ କରିଛନ୍ତି ।