ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର, ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ, ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ, ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

December 09, 2020, ଓଡ଼ିଶା, , Anupambharat News Bureau


ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ୧୨ ପ୍ରସ୍ତାବରେ ମୋହର,  ସ୍ୱାମୀନାଥନ୍‌ ସୁପାରିଶ ଲାଗୁ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ,  ଫୁଲବାଣୀରେ ଖୋଲିବ ମେଡିକାଲ କଲେଜ,  ବରଗଡ ପାଇଁ ଦୁଇଟିି ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ
Anupambharat News Bureau
December 09, 2020


ଭୁବନେଶ୍ୱର,୯ା୧୨(ଅନୁପମ ମିଡ଼ିଆ): ­ ଏମ୍‌ ଏସ୍‌ ସ୍ୱାମୀନାଥନ୍‌ କମିଟି ସୁପାରିଶକୁ ଲାଗୁ କରିବାକୁ କେନ୍ଦ୍ରକୁ ଅନୁରୋଧ କରିବ ରାଜ୍ୟ । ଏହି ସୁପାରିଶ ଅନୁଯାୟୀ ଫସଲ ହାରାହାରି ଉପିାଦନର ଖର୍ଚ୍ଚ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି ) ଅତିକମ୍‌ରେ ୫୦ % ଅଧିକ ଦେବାକୁ ରାଜ୍ୟ କେନ୍ଦ୍ରକୁ ଜଣାଇବ । ବୁଧବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୋଟ ୧୨ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ଫୁଲବାଣୀ ଠାରେ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରାଯିବ । ସେହିପରି କୋରାପୁଟସ୍ଥିତ ସରକାରୀ ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ୬୫୦କୁ ବୃଦ୍ଧି କରାଯିବା ନିଷ୍ପତ୍ତିକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଏଥିପାଇଁ ମୋଟ ୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ନିର୍ମାଣ କାର୍ଯ୍ୟ ୩୬ ମାସ ମଧ୍ୟରେ ଶେଷ କରିବାକୁ ଧାର୍ର୍ଯ୍ୟ କରାଯାଇଛି । ସେହିପରି ବସୁଧା ଯୋଜନା ମାଧ୍ୟମରେ ବରଗଡ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୫୦୮କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ଜିଲ୍ଲାର ୫ ଟି ବ୍ଲକ୍‌ର ୩୪୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୫ ଲକ୍ଷ ୮ ହଜାର ୩୦୪ ଜଣ ଗ୍ରାମବାସୀ ଉପକୃତ ହେବେ । ଏହା ବ୍ୟତୀତ ୨୧୫ କୋଟଇ ୩୧ ଲକ୍ଷ ୨୮ ହଜାର ୫୮୫ ଟଙ୍କା ବ୍ୟୟରେ ବରଗଡ ଜିଲ୍ଲାରେ ଏକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଦ୍ୱାରା ବରପାଲି ଓ ଭେଡେନ୍‌ ବ୍ଲକ୍‌ର ପ୍ରାୟ ୨ ଲକ୍ଷ ୨୯ ହଜାର ୬୪ ଜଣ ଗ୍ରାମବାସୀ ଉପକୃତ ହୋଇପାରିବେ । ୨୪ ମାସ ମଧ୍ୟରେ ଉଭୟ ପ୍ରକଳ୍ପ ନିର୍ମାଣ ଶେଷ ହେବ । ଓଡିଶା ବୈଷୟିକ ଶିକ୍ଷାନୁଷ୍ଠାନ (ନାମ ଲେଖା ଓ ଫି’ ନିର୍ଦ୍ଧାରଣ)ଆଇନ୍‌ର ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁୁର କରିଛି । ଏହା ଫଳରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସ୍ଥାନରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ଜଣେ ଅବସରପ୍ରାପ୍ତ ଜଜ୍‌ ଫି ଷ୍ଟ୍ରକଚର କମିଟିର ଅଧ୍ୟକ୍ଷ ରହିବେ । ଓଡିଶା କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡିଶା ଡିପ୍ଲୋମା ଯାନ୍ତ୍ରିକ ସେବା (ଚୟନ ପ୍ରକ୍ରିୟା ଓ ସେବା ସର୍ତାବଳୀ) ୨୦୧୨କୁ ସଂଶୋଧନ କରାଯାଇଛି । ଏହା ଦ୍ୱାରା କନିଷ୍ଠ ଯନ୍ତ୍ରୀ ମାନଙ୍କର ପଦୋନ୍ନତି ପାଇଁ ରେସିଡେନ୍ସି ପିରିୟଡ୍‌କୁ ୪ ବର୍ଷରୁ ୧ ବର୍ଷକୁ ହ୍ରାସ କରାଯାଇଛି । ଏହାସହ ସହକାରୀ ଯନ୍ତ୍ରୀ ପଦ ସଂଖ୍ୟା ୬୦%କୁ ବୃଦ୍ଧି କରିବା, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦୋନ୍ନତିକୁ ୩୩ର ୪୦%କୁ ବୃଦ୍ଧି କରିବାକ ନିଷ୍ପତି ହୋଇଛି । ଓଡ଼ିଶା ଯାନ୍ତ୍ରିକ ସେବା ସଂବର୍ଗର ପୁନର୍ବିନ୍ୟାସ ପାଇଁ କ୍ୟାବିନେଟ୍‌ ଅନୁମୋନ କରିଛି । ଉପନିର୍ବାହୀ
ଯନ୍ତ୍ରୀ ପଦବୀ ଉଚ୍ଛେଦ କରି ଅଧୀକ୍ଷଣ ଯନ୍ତ୍ରୀ ସ୍ତର ୧ ଓ ସ୍ତର ୨ ପଦକୁ ମିଶାଇ ଅଧୀକ୍ଷଣ ଯନ୍ତ୍ରୀ ଓ ନୂତନ ଭାବେ ମୁଖ୍ୟ ଯନ୍ତ୍ରୀ ପଦବୀ ସୃଷ୍ଟି କରାଯିବ । କନିଷ୍ଠ ଯନ୍ତ୍ରୀଙ୍କ ପଦୋନ୍ନତି ପାଇଁ ପଦବୀ ସଂଖ୍ୟା ୩୩ ରୁ ୪୦ ପ୍ରତିଶତକୁ ବୃଦ୍ଧି କରାଯିବ । ମେଧାବୀ ଯନ୍ତ୍ରୀମାନଙ୍କୁ ସିଧାସଳଖ ନିଯୁକ୍ତ କରିବାକୁ ଗେଟ୍‌ (ଜିଏଟିଇ) ମୂଲ୍ୟାଙ୍କନ ରାଶିର ପ୍ରଚଳନ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ

ପ୍ରଦୀପଙ୍କ ଦୁର୍ନୀତି ମାମଲା: ତଦନ୍ତ କରିବ ଭିଜିଲାନ୍ସ

Read More...

ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରୋନା ଟିକା ମନା

ଆଲର୍ଜି ଥିବା ବ୍ୟକ୍ତିଙ୍କୁ କରୋନା ଟିକା ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page