ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା

December 11, 2020, କ୍ରୀଡ଼ା ଓ କ୍ରୀଡ଼ାବିତ, , Anupambharat News Bureau


ଅଷ୍ଟ୍ରେଲୀୟ ଖେଳାଳି ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଲା
Anupambharat News Bureau
December 11, 2020


ସିଡନୀ,୧୧ା୧୨: ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ‘ଏ’ ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଯୁବ ଅଲ ରାଉଣ୍ଡର କାମେରନ ଗ୍ରୀନଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା । ଏହି ଘଟଣା ପରେ ଉଭୟ ଦଳର ଖେଳାଳି କିଛିକ୍ଷଣ ପାଇଁ ଛାନିଆ ହୋଇ ଯାଇଥିଲେ । ଗ୍ରୀନ୍‌ ବୋଲିଂ କରୁଥିବା ବେଳେ ଯଶପ୍ରୀତ ବୁମରାଙ୍କ ଏକ ଶକ୍ତିଶାଳୀ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ସଟ୍‌ ତାଙ୍କ ମୁଣ୍ଡରେ ବାଜିଥିଲା । ଏହାପରେ ଏହି ୨୧ ବର୍ଷୀୟ ଖେଳାଳି ତଳେ ପଡିଯାଇଥିଲେ । ଏହା ଦେଖି ନନ୍‌ ଷ୍ଟ୍ରାଇକ୍‌ ପଟେ ଥିବା ମହମ୍ମଦ ସିରାଜ ଗ୍ରୀନଙ୍କ ପାଖକୁ ଦୌଡ଼ିଆସି ସେ ଠିକ୍‌ ଅଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଅଷ୍ଟ୍ରେଲୀୟ ଦଳର ମେଡିକାଲ ଟିମ୍‌ ମଧ୍ୟ ପଡିଆକୁ ଆସି ଗ୍ରୀନଙ୍କ ଆଶୁ ଚିକିତ୍ସା କରିଥିଲେ । ଏହାପରେ ଗ୍ରୀନ୍‌ ଉଠିଥିଲେ ଏବଂ ପ୍ୟାଭିଲିୟନ୍‌ ଫେରିଯାଇଥିଲେ । ଗ୍ରୀନଙ୍କ କନକସନ୍‌ ବଦଳ ଖେଳାଳି ଭାବେ ବ୍ୟାଟ୍ସମ୍ୟାନ୍‌ ପ୍ୟାଟ୍ରିକ୍‌ ରୋ’ ଆସିଥିଲେ ।
ଗ୍ରୀନଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି । ଗ୍ରୀନଙ୍କ ଏହା ପ୍ରଥମ କନକସନ୍‌ ।ସେ ଟିମ୍‌ ହୋଟେଲକୁ ଫେରିଛନ୍ତି । ଅଭ୍ୟାସ ମ୍ୟାଚ୍ର ଅବଶିଷ୍ଟ ଦୁଇ ଦିନ ସେ ଆଉ ଖେଳିବେ ନାହିଁ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଡାକ୍ତର ପିପ୍‌ ଇଙ୍ଗ୍‌ କହିଛନ୍ତି । ସେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଅବଜର୍ଭେସନରେ ରହିବେ ବୋଲି ସେ କହିଛନ୍ତି ।
ଭାରତ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚରେ ଗ୍ରୀନ୍‌ ୧୨୫ ରନ୍‌ କରିଥିଲେ । ଭାରତ ବିପକ୍ଷରେ ସେ ଟେଷ୍ଟ ପଦାର୍ପଣ କରିବେ ବୋଲି ମଧ୍ୟ ଆଭାସ ମିଳିଥିଲା । ତେବେ ମୁଣ୍ଡ ଆଘାତ ପରେ ତାଙ୍କ ଟେଷ୍ଟ ପଦାର୍ପଣ ବିଳମ୍ବିତ ହୋଇପାରେ । ପ୍ରଥମ ଟେଷ୍ଟ ଡିସେମ୍ବର ୧୭ରୁ ଆଡିଲେଡରେ ଆରମ୍ଭ ହେଉଛି । ପ୍ରଥମ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ ୱିଲ ପକୋଭସ୍କିଙ୍କ ମୁଣ୍ଡରେ ମଧ୍ୟ ବଲ୍‌ ବାଜିଥିଲା । ଭାରତୀୟ ଯୁବ ପେସର କାର୍ତ୍ତିକ ତ୍ୟାଗୀଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ

ମହାରାଷ୍ଟ୍ର ସରକାରଙ୍କ ନୂଆ ଆଇନ ଧର୍ଷଣକାରୀଙ୍କୁ ମୃତୁ୍ୟଦଣ୍ଡ

Read More...

ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

ଫେସ୍‌ବୁକ୍‌କୁ ପଛରେ ପକାଇଲା ଟିକ୍‌ଟକ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page