ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

December 12, 2020, ଦେଶ, , Anupambharat News Bureau


ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
Anupambharat News Bureau
December 12, 2020


ପାଟଣା: ରାଷ୍ଟ୍ରୀୟ ଜନତା ଦଳ ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗୁରୁତର ହୋଇପଡିଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଲାଲୁଙ୍କ କିଡନୀ ସଞ୍ଚାଳନ ଯେକୌଣସି ସମୟରେ ବିଗିଡି ପାରେ ।
ଏହା କହିଛନ୍ତି ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦ । ଡାକ୍ତର ଉମେଶ ଯାଦବ କହିଛନ୍ତି, ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ । ପୂର୍ବ ଅପେକ୍ଷା ବର୍ତ୍ତମାନ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ହୋଇପଡିଛି । ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦୀର୍ଘଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଚାରା ଘୋଟାଲା ମାମଲାରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ, ରାଞ୍ଚିରେ ଚିକିତ୍ସିତ ହେଉଛନ୍ତି । ଲାଲୁଙ୍କ କିଡନୀର କ୍ରିଏଟିନାଇନ୍‌ ଲେବଲ୍‌ କ୍ରମାଗତ ଭାବରେ ବୃଦ୍ଧି ପାଉଛି ।
ବର୍ତ୍ତମାନ ତାଙ୍କ କିଡନୀରୁ ମାତ୍ର ୨୫ ପ୍ରତିଶତ କାମ କରୁଛି । ତେବେ ଯଦି ଆଗାମୀ କିଛି ଦିନ ପାଇଁ ସ୍ଥିତି ସମାନ ରହେ, ତେବେ ତାଙ୍କୁ ଡାଏଲିସିସ୍‌ କରିବାକୁ ପଡିପାରେ । ଲାଲୁଙ୍କ ଚିକିତ୍ସା କରୁଥିବା ଡକଫର ଉମେଶ ପ୍ରସାଦ କହିଛନ୍ତି ଯେ ଗତ କିଛି ଦିନ ହେବ ଲାଲୁ ପ୍ରସାଦ ବହୁତ ଚିନ୍ତିତ ଏବଂ ବିବ୍ରତ ଜଣାପଡୁଥିଲେ । ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ସୂଚନା ଆର୍‌ଆଇଏମ୍‌ଏସ୍‌ ପରିଚାଳକ ଏବଂ ସରକାରଙ୍କୁ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

ପରିବାର ନିୟୋଜନ ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ

Read More...

ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ

ନାସାର ଚନ୍ଦ୍ର ଅଭିଯାନରେ ଭାରତୀୟ ବଂଶୋଦ୍ଭବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page