୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି

December 12, 2020, ଓଡ଼ିଶା, , Anupambharat News Bureau


୨୩ରୁ ଖୋଲିବ ଶ୍ରୀମନ୍ଦିର!, ପ୍ରଥମେ ପୁରୀବାସୀଙ୍କୁ ପ୍ରବେଶ ଅନୁମତି
Anupambharat News Bureau
December 12, 2020


ପୁରୀ,୧୨ା୧୨(ଅନୁପମ ମିଡ଼ିଆ): ଶ୍ରମୀନ୍ଦିର ଛତିଶାନିଯୋଗର ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲାଯିବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ସୁପାରିଶ ପାଇଁ ପଠାଇବେ । ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଥିବା ଭକ୍ତମାନେ କରୋନା କଟକଣାକୁ ମାନି ମାସ୍କ ପିନ୍ଧିବା ବାଧ୍ୟାତମୂଳକ କରାଯିବ । ଏହାସହ ହ୍ୟାଣ୍ଡ ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା ପାଇଁ ବ୍ୟବସ୍ଥା କରାଯିବ । ଏ ସମ୍ପର୍କରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ଛତିଶାନିଯୋଗ, ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । ପୂର୍ବରୁ କେତେକ ସେବାୟତ କାର୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବାକୁ ମତ ଦେଇଥିଲେ । ରାଜ୍ୟ ସରକାର ଅନୁମତି ଦେଲେ ଆସନ୍ତା ୨୨ ପରେ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ । ଏ ନେଇ ଏକ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ କରାଯାଇ ଦର୍ଶନାର୍ଥୀଙ୍କୁ ଛଡାଯିବ । ପ୍ରଥମ ପର୍ଯ୍ୟାୟରେ ୯ମାସ ଧରି ଶ୍ରୀକ୍ଷେତ୍ରବାସୀ ଯେଉଁ ତ୍ୟାଗ କରିଛନ୍ତି ତାକୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ର ଭକ୍ତମାନଙ୍କୁ ଦର୍ଶନ ଅନୁମତି ଦିଆଯିବ । କରୋନା କଟକଣା ଯାଇନଥିବାରୁ ସେଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ କରାଯିବ । ଜାନୁଆରୀ ୧ ଓ ୨ ଭକ୍ତଙ୍କ ଭିଡକୁ ଲକ୍ଷ୍ୟକରି ଶ୍ରୀମନ୍ଦିର ପ୍ରବେଶ ବନ୍ଦ କରାଯିବ । ୩ ତାରିଖରୁ ପୁରୀ ବାହାରର ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ସେଥିପାଇଁ କୋଭିଡ ନେଗେଟିଭ୍‌ ପ୍ରମାଣପତ୍ର ୨୪ରୁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା କରି ଆଣିଥିବେ ।
ଶ୍ରୀମନ୍ଦିରରେ ବିଭିନ୍ନ ପର୍ଯ୍ୟାୟରେ ଧିରେ ଧିରେ ୫ହଜାରରୁ ୧୦ହଜାର ଭକ୍ତ ପ୍ରତିଦିନ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ପରିସ୍ଥିତିକୁ ଦେଖି ଫେବୃଆରୀ ମାସ ଆଡକୁ ଅଧିକ ଭକ୍ତ ଦର୍ଶନର ସୁଯୋଗ ପାଇବେ । ଶ୍ରୀମନ୍ଦିର କର୍ମଚାରୀମାନଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯିବ । ଜାନୁଆରୀ ଶେଷ ସପ୍ତାହରେ ଗଙ୍ଗାସାଗର ଯାତ୍ରୀମାନେ ଅଧିକ ସଂଖ୍ୟାରେ ଆସୁଥିବାରୁ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ବୃଦ୍ଧ ଓ ବୃଦ୍ଧା, ଭିନ୍ନକ୍ଷମମାନଙ୍କୁ ଦର୍ଶନ ନକରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍‌ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ମହାପ୍ରସାଦ କିପରି ସମସ୍ତେ ପାଇପରିବେ ସେ ବ୍ୟବସ୍ଥା କରାଯିବ । ଭକ୍ତମାନେ ଗରୁଡସ୍ତମ୍ଭ, ବାହାରକାଠ ଓ ଭିତରକାଠ ନିକଟରେ କିପରି ଦର୍ଶନ କରିପାରିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରିଶନ କୁମାର କହିଥିଲେ । କରୋନା କଟକଣା ନହଟିବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ କରାଯିବ ନାହିଁ । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ବିଶ୍ୱର ପବିତ୍ର ପୀଠ ଶ୍ରୀକ୍ଷେତ୍ର ମନ୍ଦିର ବନ୍ଦ ରହିଥିଲ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ:  ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୋଡାଲିଟି ରିପୋର୍ଟ ଦେଲା ଦେବୋତ୍ତର ବିଭାଗ

Read More...

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page