୨୮୯.୪୨ କୋଟିର ପ୍ୟାକେଜ

December 15, 2020, ଓଡ଼ିଶା, , Anupambharat News Bureau


୨୮୯.୪୨ କୋଟିର ପ୍ୟାକେଜ
Anupambharat News Bureau
December 15, 2020


ଭୁବନେଶ୍ୱର, ୧୫ା୧୨(ଅନୁପମ ମିଡ଼ିଆ): ରାଜ୍ୟରେ ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ ଗୁଡିକର ସୁବିଧା ପାଇଁ ୨୮୯.୪୨ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଛନ୍ତି । ପ୍ୟାକେଜ ଭିତରେ ସୁଧ ରିହାତି, ଟପ୍‌ଅପ୍‌ ସବସିଡି ଆଦି ଅନ୍ତର୍ଭୁକ୍ତ ରହିଛି । ମହାମାରୀ ଦ୍ୱାରା ପ୍ରଭାବିତ ଉଦ୍ୟୋଗୀ ମୁଖ୍ୟତଃ ମହିଳା ଏବଂ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ମହିଳାଙ୍କ ଦ୍ୱାରା ଚାଲୁଥିବା ୪୦% ଏମଏସଏମଇ ପାଇଁ ୧୦୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ,ଆବଦକାଳୀନ ଋଣ ପ୍ରଦାନ ନିଶ୍ଚିତ ଯୋଜନା (ଇସିଏଲ୍‌ଜିଏସ୍‌)ରେ ପ୍ରାୟ ଏକ ଲକ୍ଷ ୭୦ ହଜାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୁଧଛାଡ଼ର ସୁବିଧା ପାଇପାରିବେ ।ପ୍ରଧାନ ମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ (ପିଏମ୍‌ଇଜିପି) ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ନିୟମାନୁସାରେ ପ୍ରମୋଟର ଦେୟ ଭାବରେ ଦୁର୍ବଳ ଶ୍ରେଣୀଙ୍କୁ ୫ ପ୍ରତିଶତ ଟପ୍‌ଅପ୍‌ ସବ୍‌ସିଡି ଦିଆଯାଇଥାଏ । ଏହି ଅବଶ୍ୟକତା ପୂରଣ କରିବା ପାଇଁ ୨୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ମହାମାରୀ ସଂକଟର ସମ୍ମୁଖୀନ ହେଉଥିବା ଦୁର୍ବଳ ଶ୍ରେଣୀ (ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଓବିସି/ସଂଖ୍ୟାଲଘୁ/ମହିଳା/ଭିନ୍ନକ୍ଷମ/ପୂର୍ବତନ ସେନା କର୍ମଚାରୀ)ମାନେ ବହୁଭାବରେ ଉପକୃତ ହେବେ । ପିଏମ୍‌ଏଫ୍‌ଏମ୍‌ଇ କେନ୍ଦ୍ରୀୟ ଯୋଜନା ଅଧୀନରେ ଯେଉଁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକ ୬୦:୪୦ ଅନୁପାତରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚଳିତ ଆର୍ଥିକ ବର୍ଷରେ ୧୫ ପ୍ରତିଶତ ଅତିରିକ୍ତ ଟପ୍‌ଅପ୍‌ ସବ୍‌ ସିଡି ଦିଆଯିବ । ଏଥିରେ ଏକ ହଜାର ଉଦ୍ୟୋଗ ଉପକୃତ ହେବେ । ଏହି ଯୋଜନାରେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା କୋଭିଡ୍‌ ସହାୟତା ପ୍ୟାକେଜରେ ମଧ୍ୟ ନାନୋ ଓ ଅଣୁ ଉଦ୍ୟୋଗଗୁଡ଼ିକୁ ସୁବିଧା ମିଳିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଜରିଆରେ ୧୦୦ କୋଟି ଟଙ୍କାର ସହାୟତା ଏବେ ଯୋଗାଇ ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଜୁରୀ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ: ନବୀନ

ମଜୁରୀ ବିଳମ୍ବ କଲେ କାର୍ଯ୍ୟାନୁଷ୍ଠାନ: ନବୀନ

Read More...

କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ

କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପ୍ରଦୀପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page