ରାଜପଥରେ ରହିବନି ଟୋଲ୍‌ ବୁଥ୍‌

December 18, 2020, ଦେଶ, , Anupambharat News Bureau


ରାଜପଥରେ ରହିବନି ଟୋଲ୍‌ ବୁଥ୍‌
Anupambharat News Bureau
December 18, 2020


ନୂଆଦିଲ୍ଲୀ: ସଡକ ଏବଂ ପରିବହନ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ନୀତିନ ଗଡକରୀ ଟୋଲ୍‌ ବୁଥ୍‌ଗୁଡିକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ଟୋଲ ବୁଥ୍‌ଗୁଡିକରେ ଜିପିଏସ୍‌ ମାଧ୍ୟମରେ କାରବାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ଆଗାମୀ ୨ ବର୍ଷ ମଧ୍ୟରେ କୌଣସି ହାଇେୱରେ ଟୋଲ ବୁଥ୍‌ ରହିବ ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ପୁର୍ନରୁଦ୍ଧାର ପାଇଁ ନେସନାଲ ଇନଫ୍ରାଷ୍ଟ୍ରକଚର ଆଣ୍ଡ୍‌ ଇକୋନୋମିକ୍‌ ରିବାଇବଲ ଥିମରେ ଗଡକରୀ ନିଜର ମତ ରଖିଛନ୍ତି । ଏହି ଆଲୋଚନା ବେଳେ ନୀତିନ ଗଡକରୀ ଲହି ସୂଚନା ଦେଇଛନ୍ତି ଯେ, ଟୋଲ ଫି ସିଧାସଳଖ ବ୍ୟାଙ୍କ୍‌ ଖାତାରୁ କାଟିବା ପାଇଁ ଯୋଜନା କରାଯାଉଛି ।
ଲହା ପରେ ସରକାର ପୁରୁଣା ଗାଡିଗୁଡିକ ପାଇଁ ଜିପିଏସ୍‌ ଲଗାଇବାକୁ ଯୋଜନା ଆଣିବେ । ଗଡକରୀ କହିଛନ୍ତି ମାର୍ଚ୍ଚ ୨୦୨୧ ସୁଦ୍ଧା ଟୋଲ ଫି କଲେକସନ୍‌ ୩୪ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଜିପିଏସ୍‌ ଟେକନିକ୍‌ ଆରମ୍ଭ ହେଲେ ଟୋଲ ଫି କଲେକସନ୍‌ ଆସନ୍ତା ୫ ବର୍ଷ ମଧ୍ୟରେ ୧ ଲକ୍ଷ ୩୪ ହଜାର କୋଟି ଯଙ୍କା ହୋଇଯିବ ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀଙ୍କୁ ବୁଝାଇବାକୁ ମୋଦିଙ୍କ ପ୍ରୟାସ

ଚାଷୀଙ୍କୁ ବୁଝାଇବାକୁ ମୋଦିଙ୍କ ପ୍ରୟାସ

Read More...

ବିବାହ କରିବେ ଲୋକପ୍ରିୟ ଲେଖିକା କନିକା

ବିବାହ କରିବେ ଲୋକପ୍ରିୟ ଲେଖିକା କନିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page