ଆଇସିଏମ୍‌ଆର୍‌ ମୁଖ୍ୟଙ୍କୁ କରୋନା

December 18, 2020, ଦେଶ, , Anupambharat News Bureau


ଆଇସିଏମ୍‌ଆର୍‌ ମୁଖ୍ୟଙ୍କୁ କରୋନା
Anupambharat News Bureau
December 18, 2020


ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମୁଖ୍ୟ ବଳରାମ ଭାର୍ଗବ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ କରୋନାଭାଇରସ୍‌ ସମ୍ବନ୍ଧୀୟ ସମସ୍ତ ବିଷୟ ତାଙ୍କ ତତ୍ତ୍ୱାବଧାନରେ ରହିଛି । ଏବେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଦାୟିତ୍ୱ କିଏ ସମ୍ଭାଳିବେ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏ ମଧ୍ୟରେ ଦେଶରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୯ ନିୟୁତରେ ପହଞ୍ଚିଛି । ସ୍ୱାସ୍ଥ୍ୟମନ୍ତ୍ରାଳୟ କହିବା ଅନୁସାରେ, ସମ୍ପ୍ରତି ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ । ବୈଶ୍ୱିକ ସୁସ୍ଥତା ହାର ୭୦.୨୭% ଥିବା ବେଳେ ଭାରତରେ ସୁସ୍ଥତା ୯୫.୩୧% ରହିଛି । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍‌, ରୁଷ୍‌ ଏବଂ ଇଟାଲିରେ ମଧ୍ୟ ସୁସ୍ଥତା ହାର ଖୁବ୍‌ କମ୍‌ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

କରୋନା ଟିକା ନେବା ବାଧ୍ୟତାମୂଳକ ନୁହେଁ, ସ୍ପଷ୍ଟ କଲେ କେନ୍ଦ୍ର ସରକାର

Read More...

‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’

‘ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page