ଆମେରିକାରେ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରଠାରୁ ବିବାଦରେ ରହିଛି ଫାଇଜର ଟିକା । ପ୍ରତିଦିନ ଟିକା ନେଇ ଅସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଆମେରିକାର ଜଣେ ନର୍ସ ଫାଇଜର ଟିକା ନେବା ପରେ ଅଚେତ ହୋଇଯାଇଥିବା ଦେଖାଯାଇଛି । ଯାହାର ଲାଇଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ସେ ଅଚେତ ହୋଇଯାଇଥବା ଜଣା ପଡ଼ିଛି । ନର୍ସଜଣଙ୍କ ଟେନେସିର ଚାଟାନୋଗା ଡାକ୍ତରଖାନାରେ କାମ କରନ୍ତି । କୋଭିଡ ୟୁନିଟରେ ସେ ଅନ୍ୟ ଡାକ୍ତର ଏବଂ ନର୍ସଙ୍କ ସହ କରୋନା ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଟିକା ନେଇ ସେ ଖୁସିଥିବା କହିବା ପରେ ତାଙ୍କ ମୁଣ୍ଡ ବୁଲାଉଛି ବୋଲି କହିବା ପରେ ଅଚେତ ହୋଇପଡିଥିଲେ ।