ଦୁଇ ମୃତ, ଜଣେ ନିଖୋଜ

December 20, 2020, ଓଡ଼ିଶା, , Anupambharat News Bureau


ଦୁଇ ମୃତ, ଜଣେ ନିଖୋଜ
Anupambharat News Bureau
December 20, 2020


ରାଉରକେଲା,୨୦ା୧୨(ଅନୁପମ ମିଡ଼ିଆ): ରାଉରକେଲା ସହରର ୯ଜଣ ୧୦ମ ଶ୍ରଣୀ ଛାତ୍ର ଆଜି ଝିରିପାଣି ଜାମସେରା ଘାଟ ନିକଟକୁ ପିକନିକ ଲାଗି ଯାଇ ଗାଧୋଇବା ବେଳେ ପାଣିରେ ଖେଳୁ ଖେଳୁ ସେମାନଙ୍କ ଭିତରୁ ଚାରି ଜଣ ବୁଡିଜିବାରୁ ସେମାନଙ୍କ ଭିତରୁ ଜଣକୁ ରକ୍ଷା କରାଯାଇପାରିଥିବା ବେଳେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାରକରାଯାଇଛି ଓ ଜଣଙ୍କର କୌଣସି ପତ୍ତା ମିଳିନାହିଁ ,ଏମାନେ ସମସ୍ତେ ରାଉରକେଲା ସହରର ଏକ ଘରୋଇ ଇଂରାଜୀ ମିଡିଅମ ବିଦ୍ୟାଳୟର ଛାତ୍ର । ଖବରରୁ ପ୍ରକାଶ ଯେ,ଆଜି ଦିନ ପ୍ରାୟ ୨ଟା ସମୟରେ ଜାମସେରା ଘାଟ ପାଖରେ ନଦୀର ପାଣି ଭିତରେ ଚାରିଜଣ ଛାତ୍ର ବୋତଲ ଫୋଡା ଫୋପଡି କରି ଖେଳୁଥିବା ବେଳେ ବୁଡିଯାଉଥିବା ଜଣେ ଛାତ୍ରଙ୍କୁ ସେଠାରେ ମାଛ ଧରୁଥିବା ଗ୍ରାମ ବାସୀ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ହୋଇଥିବା ଛାତ୍ର ଜଣକ ଯେଉଁ ଯାଗାରେ ଥିଲେ ତା ଠାରୁ ଆଗକୁ ଯାଇ ବୋତଲ ଟିକୁ ଧରିବାକୁ ଯାଉଥିବା ତିନି ଜଣ ଛାତ୍ର ପାଣି ଭିତରେ ନିଖୋଜ ହୋଇ ଯାଇଥିଲେ । ଗ୍ରାମ ବାସୀ ଆଖ ପାଖ ଲୋକ ଖୋଜା ଖୋଜି କରି ଶେଷରେ ଅଗ୍ନିଶମକୁ ଖବର ଦେବାରୁ ବିଭାଗର ରାଉରକେଲା ,ବିଶ୍ରା ଓ ନୂଆଗାଁର ୩ଟି ଟିମର ୨୦ କର୍ମଚାରୀ ସେଠାରେ ପହଁଞ୍ଚି ୩ଛାତ୍ରଙ୍କୁ ଖୋଜିଥିଲେ । ଅନେକ ସମୟପରେ ଜଣେ ଓ ଆଉକିଛି ସମୟ ପରେ ଆଉଜଣକୁ ଉଦ୍ଧାର କରାଯାଇଥିବାବେଳେ ସେମାନେ ମୃତ ବୋଲି ଜଣା ପଡିଛି । ତେବେ ଅନ୍ୟ ଜଣେ ଛାତ୍ରଙ୍କ ଖବର ଲେଖା ହେବାଯାଏ ନିଖୋଜ ଥିବା ଜଣାପଡିଛି । ସଅନ୍ୟ ଏକ ସୁତ୍ରରୁ ଜଣାପଡିଛି ଯେ, ଏହି ଛାତ୍ର ମାନେ ନିଜ ଘରେ ପିକନିକ ନେଇ କୌଣସି ସୂଚନା ନଦେଇ ନଦୀ କୁଳକୁ ଚାଲିଆସିଥିଲେ । ଏହି ଖବର ଆଜି ସହରରେ ଆଲୋଡନ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆହୁରି ଶାଣିତ, ବିଜେଡ଼ି କାର୍ଯ୍ୟକାରିଣୀରେ ନ’ ପ୍ରସ୍ତାବ ପାରିତ

କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆହୁରି ଶାଣିତ, ବିଜେଡ଼ି କାର୍ଯ୍ୟକାରିଣୀରେ ନ’ ପ୍ରସ୍ତାବ ପାରିତ

Read More...

ତିନି ଦିନ ଥରାଇବ ଶୀତ

ତିନି ଦିନ ଥରାଇବ ଶୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page