ପରୀ ହତ୍ୟା ଅଭିଯୁକ୍ତ ଗିରଫ !

December 20, 2020, ଓଡ଼ିଶା, , Anupambharat News Bureau


ପରୀ ହତ୍ୟା ଅଭିଯୁକ୍ତ ଗିରଫ !
Anupambharat News Bureau
December 20, 2020


ଭୁବନେଶ୍ୱର, ୨୦ା୧୨(ଅନୁପମ ମିଡ଼ିଆ): ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ରବିବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଯଦୁପୁର ଗାଁର । ଅଭିଯୁକ୍ତକୁ ଆସନ୍ତାକାଲି ନୟାଗଡ଼ ପୋକ୍ସା କୋର୍ଟରେ ହାଜର କରାଯିବ । ତେବେ ଅଭିଯୁକ୍ତର ପରିଚୟ ସମ୍ପର୍କରେ ଏସଆଇଟି କୌଣସି ସୂଚନା ଦିଆଯାଇନାହିଁ । ଅଭିଯୁକ୍ତ ବିରୁଦ୍ଧରେ ୩୭୬-, ୩୬୪ , ୩୦୨, ୨୦୧, ୩୭୬/ଏବି’ରେ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ପରୀ ହତ୍ୟାକାଣ୍ଡ ମାମଲାରେ ସନ୍ଦିU କଲେଜ ଛାତ୍ର ସରୋଜ ସେଠୀଙ୍କୁ ଏସ୍‌ଆଇ ଟି ଉଠାଇ ନେଇ ପଚରାଉଚରା କରିଥିଲା । ସରୋଜଙ୍କ ମା’, ବଡ଼ ଭଉଣୀଙ୍କୁ ମଧ୍ୟ ଏସ୍‌ଆଇଟି ଉଠାଇନେଇଥିଲା । ତେବେ ଉଭୟଙ୍କୁ ୧୨ ଘଣ୍ଟା ଧରି ପଚରାଉଚରା କରିବା ପରେ ଛାଡି ଦେଇଥିଲା । ଉଲ୍ଳେଖ ଥାଉକି ପରୀ ମାମଲାରେ ଫସାଇବାକୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରବର୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା ସରୋଜ ଅଭିଯୋଗ କରିଥିଲେ । ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିିହୀନ ବୋଲି ଓଡ଼ିଶା ପୋଲିସ ସ୍ପଷ୍ଟୀକରଣ ଦେଇଥିଲା । ଉଲ୍ଲେଖଯୋଗ୍ୟ ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ଝିଅକୁ ନପାଇ ପରିବାର ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଥିଲା । ଏଭଳି ସ୍ଥିତିରେ ସେହିମାସ ୨୩ରେ ପରୀ ଶବ ଉଦ୍ଧାର ହୋଇଥିଲା । ଅଭିଯୁକ୍ତ ବିଜେଡି ଦଳର ହୋଇଥିବାରୁ ଓ ସେମାନଙ୍କୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ସୁରକ୍ଷା ଦେଉଥିବା ଅଭିଯୋଗ ଆସିଥିଲା । ଏଭଳି ସ୍ଥିତିରେ ପରୀ ବାପା, ମା’ ଗତ ୨୪ ତାରିଖରେ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହା ପରେ ସରକାର ପ୍ରଥମେ କ୍ରାଇମବ୍ରାଞ୍ଚ, ପରେ ଏସଆଇଟି ଗଠନ କରିଥିଲେ । ଇତିମଧ୍ୟରେ ଏସ୍‌ଆଇଟି ଏହାର ତଦନ୍ତ ଅଗ୍ରଗତି ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ । ଏପରିକି ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ନେଇ ତଦନ୍ତକାରୀ ତାଙ୍କ ରିପୋର୍ଟରେ ଉଲ୍ଳେଖ କରିଥିବା ଚର୍ଚ୍ଚା ହେଉଥିଲା ।
ତେବେ ଏନେଇ ଆସନ୍ତା ୨୪ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି ରହିଛି । ତେବେ ଏହା ପୂର୍ବରୁ ଅଭିଯୁକ୍ତ ଗିରଫ କରାଯାଇଥିବା ଏସ୍‌ଆଇଟି ପ୍ରକାଶ କରିଛି । ପ୍ରକାଶଥାଉକି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ଗୋଟିଏ ପଟେ ଏସ୍‌ଆଇଟି ଏହାର ପର୍ଦ୍ଦାଫାସ କରିଥିବା ଉଲ୍ଳେଖ କରିଥିବା ବେଳେ ବିରୋଧୀ ଏଥିରେ ନିରପେକ୍ଷତା ହୋଇନଥିବା ପ୍ରକାଶ କରିଛି । ଏପରିକି ଆଜିଠାରୁ ବିଜେପି ପରୀକୁ ନ୍ୟାୟ ଦାବିରେ ପାଞ୍ଚ ଦିନିଆ ପଦଯାତ୍ରା ଆରମ୍ଭ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ,  ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା

ଦୁର୍ନୀତି ବିକାଶର ବଡ଼ ଶତ୍ରୁ: ନବୀନ, ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ ଦେବେ ସମ୍ପତ୍ତି ତାଲିକା

Read More...

କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆହୁରି ଶାଣିତ, ବିଜେଡ଼ି କାର୍ଯ୍ୟକାରିଣୀରେ ନ’ ପ୍ରସ୍ତାବ ପାରିତ

କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଆହୁରି ଶାଣିତ, ବିଜେଡ଼ି କାର୍ଯ୍ୟକାରିଣୀରେ ନ’ ପ୍ରସ୍ତାବ ପାରିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page