ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

December 30, 2020, ଓଡ଼ିଶା, , Anupambharat News Bureau


ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
Anupambharat News Bureau
December 30, 2020


ନୂଆଦିଲ୍ଲୀ,୩୦ା୧୨: ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ପାରାଦୀପରେ େୱଷ୍ଟନ୍‌ ଡକ୍‌ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି । ଏଥି ସକାଶେ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟ କରାଯିବ । ବୈଠକ ପରେ ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ । ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ । ପାରାଦୀପ ବନ୍ଦରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବଡ଼ ବଡ଼ ଜାହାଜ ଲାଗିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍‌ ହୋଇପାରିବ, ସମୁଦ୍ରରେ ମାଲ ପରିବହନ ମୂଲ୍ୟ ହ୍ରାସ ହେବା ଏବଂ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି ପାରାଦୀପ ଭଳି ମୁଖ୍ୟ ବନ୍ଦର ଗୁଡ଼ିକରେ ବଡ଼ ବଡ଼ ଜାହାଜ ଗୁଡିକର ପରିଚାଳନା କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ । କମ୍‌ ସମୟ ମଧ୍ୟରେ ଅଧିକ ମାଲ ପରିବହନ ପାଇଁ ବଡ଼ ବଡ଼ ଜାହାଜ ନିର୍ମାଣ ହେଉଥିବା ବେଳେ ଏହି ଜାହାଜ ଗୁଡ଼ିକ ପାରାଦୀପ ବନ୍ଦରରେ ଥିବା ଡ଼କ ଭିତରକୁ ଆସିପାରୁନାହିଁ । ଫଳରେ ବର୍ତ୍ତମାନ ବଡ ଜାହାଜ ଗୁଡିକ କଲମ୍ବୋ ଏବଂ ସିଙ୍ଗାପୁର ଅଭିମୁଖେ ଯାଉଛନ୍ତି । ବଡ଼ ଜାହାଜ ଆଣିବା ପାଇଁ ଭାରତକୁ ବଡ଼ ବନ୍ଦର ଏବଂ ଡ଼କ୍‌ ଦରକାର । ତେଣୁ ଏହି ବଡ଼ ବଡ଼ ଜାହାଜ ଗୁଡିକ ପରିଚାଳନା କରିବା ପାଇଁ ଆବଶ୍ୟକ ରହିଛି ଆନୁଷଙ୍ଗିକ ବ୍ୟବସ୍ଥା ।
ତେବେ ପ୍ରସ୍ତାବିତ େୱଷ୍ଟନ୍‌ ଡକ୍‌ ନିର୍ମାଣ କରାଯିବାର ନିଷ୍ପତ୍ତି ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ସେସବୁ ଜାହାଜ ସହଜରେ ଆସିପାରିବ । ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଛ’ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

Read More...

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page