ମଦ ନେଲା ଜୀବନ

May 20, 2019, ଓଡ଼ିଶା, , Anupambharat News Bureau


 ମଦ ନେଲା ଜୀବନ
Anupambharat News Bureau
May 20, 2019

ଆଠଗଡ,୨୦ା୫ (ଅନୁପମ ମିଡିଆ): ଆଠଗଡରେ ଦେଶି ମଦ କାରବାର ଏତେ ମାତ୍ରରେ ବଢିଯାଇଛି ଯେ ବାରମ୍ବାର ମଦ ପିଇ ଧନ ଜୀବନ ନଷ୍ଟ ହେବାରେ ଲାଗିଛି ତଥାପି ପ୍ରଶାସନ ଏହାକୁ ଅଣଦେଖା କରିବାରେ ସାଧରଣରେ କ୍ଷୋଭ ପ୍ରକାଶ ପାଇଛି । ଆଠଗଡ ଥାନା ଅ‘ର୍ଗତ ରାଜନଗର ଗ୍ରାମରେ ଗତ କାଲି ରାତିରେ ଦେଶି ମଦ ପିଇ ଗ୍ରାମର ପବିତ୍ରର ମୃତୁ୍ୟ ଘଟିଛି ମୃତୁ୍ୟକୁ ନେଇ ସ୍ଥାନିୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରଜାଶ ଗତ କାଲି ରାଜନଗର ୧୩୭ ଓ ୧୩୮ ନମ୍ବର ବୁଥରେ ସାନି ମତଦାନ ଚାଲିଥିବା ବେଳେ ଭୋଟରୁ ହାତେଇବା ପାଇଁ ଦଳ ମାନଙ୍କ ପକ୍ଷରୁ ମଦର ଆସର ଖୋଲିଥିଲା । ଏହି କ୍ରମରେ ରାଜନଗର ଗ୍ରାମର ମହେଶ୍ୱର ଦାସଙ୍କ ପୁଅ ପବିତ୍ର ଦାସ (୪୫) ମଧ୍ୟ ମଦ ପିଇ ମତାଲ ହେବାର ଦେଖିବାକୁ ମିଳିଥିଲା । ନିର୍ବାଚନ ସରିଲା ସମସ୍ତେ ନିଜ ନିଜ ଘରକୁ ଫେିଥିବାବେଳେ ପବିତ୍ର ରାତି ସାରା ଘରକୁ ଆସି ନଥିଲା ଏବଂ ଆଜି ସକାଳ ୧୦ ଘଟିକା ସମୟରେ ଗ୍ରାମରେ ଥିବା ଡୁବୁରି ସାହିର ପୋଖରିକୁ ଗାଧୋଇବାକୁ ଯାଇଥିବା ବେଳେ ଗ୍ରାମବାସି ମାନେ ପବିତ୍ରର ଶବ ଭାସୁଥିବାର ଦେଖି ପୋଲିସ ଖବର ଦେବାରେ ପୋଲିସ ଆସି ଶବ ଜବତ କରିବା ସହିତ ଅତ୍ୟଧିକ ମଦ ପିଇ ନିସାଶକ୍ତ ଅବସ୍ଥାରେ ପୋଖରିରେ ପଡି ଯିବାରୁ ମୃତୁ୍ୟ ହୋଇଥିବା ସନ୍ଦେହ କରିବା ସହିତ ଶବ ବ୍ୟବଛେଦ ପରେ ପକୃତ ତଥ୍ୟ ପଦାକୁ ଆସିବ ବୋଲି ପ୍ରକାଶ କରିଛି । ଆଠଗଡ ଡାକ୍ତରଖାନାରେ ପବିତ୍ରର ଶବ ବ୍ୟବଛେଦ କରି ତାର ପରିବାରକୁ ହସ୍ତା‘ର କାରାଯାଇଛି । ମାତ୍ର ପବିତ୍ରର ମୃତୁ୍ୟକୁ ନେଇ ସାଧାରାଣରେ ଭିନ୍ନ ମତ ପୋଷଣ ହୋଇଛି । ପବିତ୍ର ନିଶାରେ ଥିବାବେଳେ ପୋଖରୀକୁ ଯିବା ତା ପକ୍ଷରେ ସମ୍ଭବ ନଥିଲା ଏହା ସହିତ ସେ ପୋଖରୀକୁ କିପରି ଗଲା ଏବଂ ତା ମୁଣ୍ଡରେ କ୍ଷତ ସୃଷ୍ଟି ହେବା ସହିତ ରକ୍ତଶାବ ହୋଇଥିବା ଦେଖାଯାଇଥିଲା ଯାହାକୁ ନେଇ ଏହା ଏକ ହତ୍ୟା ଘଟଣା ହୋଇଥାଏ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଏହି ଗ୍ରାମରେ ପୁର୍ବରୁ ଦେଶି ମଦ ପିଇ ମୁରଲି ଦାଶ, ନରେନ୍ଦ୍ର ଦେହୁରୀ ଏବଂ ଟୁଟୁଆ ଦେହରୀ ପଭୃତିଙ୍କ ମୃତୁ୍ୟ ଘଟିଛୀ । ର୍‌ାଜନଗର ଗ୍ରାମରେ ବେ-ଆଇନି ଦେଶି ମଦର କାରବାର ବେଶ ଯୋର ଶୋରରେ ଚାଲିଥିବା ନେଇ ଏହାକୁ ବନ୍ଦକୁ କରିବା ପାଇଁ ଗ୍ରାମରେ ଥିବା ମହିଳା ଗୋଷ୍ଠି ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଠାରେ ଥିବା ଅବକାରୀ ବିଭାଗ ତଥା ପୋଲିସ ବିଭାଗ କୌଣଷି କାର୍ଯ୍ୟାନୁଷ୍ଠାନ ଗହଣ କରୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ତୁର‘ ଆଠଗଡ ଅଞ୍ଚଳରେ ବେ-ଆଇନି ଭାବେ ଚାଲିଥିବା ଦେଶି ମଦ କାରବାରକୁ ବନ୍ଦ କରାଯାଇ ଅନ୍ୟାୟଶରେ ଘଟୁଥିବା ମଦମୃତୁ୍ୟ ରୋକିବା ସହିତ ପବିତ୍ର ତାଘରର ଏକ ମାତ୍ର ରୋଜାଗାରିଆ ବ୍ୟକ୍ତି ହୋଇଥିବାବେଳେ ତା ପରିବାରକୁ କ୍ଷତି ପୁରଣ ଦିଆଯିବାକୁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

Read More...

ଯୌତୁକ ପାଇଁ ବଧୂହତ୍ୟା!

ଯୌତୁକ ପାଇଁ ବଧୂହତ୍ୟା!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page