ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା

January 14, 2021, ଓଡ଼ିଶା, , Anupambharat News Bureau


ଦୁଇଦିନ ଥରିବ ସୁନ୍ଦରଗଡ଼ , ଝାରସୁଗୁଡ଼ା
Anupambharat News Bureau
January 14, 2021


ଭୁବନେଶ୍ୱର, ୧୪ା୦୧ (ଅନୁପମ ମିଡିଆ): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ତେବେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଥଣ୍ଡା ପବନ ପ୍ରବାହ ହେବାର ସମ୍ଭାବନା ରହିଛି । ଏଥିପାଇଁ ଉପରୋକ୍ତ ୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ କୁହୁଡି ହୋଇପାରେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ,ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିପାରେ । ଆଗାମୀ ଦୁଇଦିନ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ରେ କୋଲï େୱଭ୍‌ ବା ଥଣ୍ଡା ପବନ ପ୍ରବାହ ହେବ । ସେଥିଲାଗି ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ଯଥାସମ୍ଭବ ଘରେ ରୁହ;ୁ । ଥଣ୍ଡାପବନରେ ବାହାରେ ବୁଲାବୁଲି କର;ୁ ନାହିଁ । ଥଣ୍ଡା ପବନ ବୋହିବା ହେତୁ ପଶୁପକ୍ଷୀମାନେ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି । ତେଣୁ ଏହି ସମୟରେ ତାଙ୍କୁ ବାହାରେ ନଛାଡ଼ି ଏପରି ସ୍ଥାନରେ ରଖ;ୁ । ଏସବୁ ଦିଗ ପ୍ରତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସତର୍କ କରାଯାଇ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି

୧୬ରେ ଟିକାକରଣ ଶୁଭାରମ୍ଭ କରିବେ ମୋଦି

Read More...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ : ୧୯ରେ ବିଚାର କରିବ ସିନେଟ୍‌

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ : ୧୯ରେ ବିଚାର କରିବ ସିନେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page