୩୧ରୁ ଆରମ୍ଭ ହେବ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ

January 14, 2021, ଦେଶ, , Anupambharat News Bureau


୩୧ରୁ ଆରମ୍ଭ ହେବ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ
Anupambharat News Bureau
January 14, 2021


ଜାତୀୟ ପୋଲିଓ ଟୀକାକରଣ ଅଭିଯାନ ପୁଣି ଜାନୁଆରି ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରି ୧୭ ତାରିଖରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା । ମାତ୍ର ୧୬ ତାରିଖରୁ କୋଭିଡ୍‌ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର ଦିନ କେନ୍ଦ୍ରସରକାର ପୋଲିଓ ଟୀକାକରଣ ଉପରେ ରୋକ୍‌ ଲଗାଇଥିଲେ । ତେବେ ପୋଲିଓ ଟିକା ପାଇଁ ପୁଣି ତାରିଖ ଘୋଷଣା କରାଯାଇଛି । ଜାନୁଆରି ୩୦ ତାରିଖ ପୂର୍ବାହ୍ନ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏହା ପରେ ଜାନୁଆରି ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍‌ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା

ପ୍ରଥମ ଦିନରେ ୮୪% ଟିକାକରଣ: ୧୩,୭୪୫ ଜଣଙ୍କୁ ଦିଆଗଲା ଟିକା

Read More...

କଳାହାଣ୍ଡି ବିକାଶର ମଡେଲ :­ ନବୀନ

କଳାହାଣ୍ଡି ବିକାଶର ମଡେଲ :­ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page