ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା

January 24, 2021, ଓଡ଼ିଶା, , Anupambharat News Bureau


ଜନତା, ଛାତ୍ରଛାତ୍ରୀଙ୍କୁ ପରେଡ଼ ସ୍ଥଳ ମନା
Anupambharat News Bureau
January 24, 2021


ଭୁବନେଶ୍ୱର, ୨୪ା୧(ଅନୁପମ ମିଡ଼ିଆ):­ ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ଆଜି ରାଜଧାନୀର ଏମ୍‌ଜି ମାର୍ଗରେ ସଶସ୍ତ୍ର ଏବଂ ପୋଲିସ କଣ୍ଟିଜେଣ୍ଟ ପକ୍ଷରୁ ଫୁଲ ଡ୍ରେସ ରିହରସଲ୍‌ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୪ଟି ଗ୍ରୁପ ବ୍ୟାଣ୍ଡ ସହ ଅଗ୍ନିଶମ, ଓଡିଆରଏଫ୍‌, ଓଆଇଏସ୍‌, ଏସଏସବି, ଏସଓଜି, ଆରପିଏଫ୍‌, ସିଆରପିଏଫ୍‌, ଓଏସଏଫ୍‌, ଓଏସଏପି ଓ ଆଇଆରବି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ । ଆଜି ପରେଡର ଶେଷ ରିହରସଲ ଦେଖିବା ପରେ ପୋଲିସ୍‌ ମହାନିର୍ଦ୍ଦେଶକ ଅଭୟ ଏହା କହିଛନ୍ତି । ସେ କହିଛନ୍ତି ଯେ ଏଥର ପରେଡରେ ଆମେ ସ୍କୁଲ ପିଲାଙ୍କୁ ମିସ୍‌ କରିବୁ, ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଅନୁମତି ନ ଥିଲେ ବି ସେମାନେ ଆମ ସହ ରହିଛନ୍ତି । ସେହିଭଳି ପରେଡ଼ ସ୍ଥଳରେ ସାଧାରଣ ଜନତାଙ୍କୁ ମନା କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହିତ ରାଜ୍ୟସ୍ତରୀୟ ଏବଂ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସାସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାରଣ କରାଯାଇଥିବା ବେଳେ କୌଣସି ପ୍ରଜ୍ଞାପନ ମେଡ଼ ମଧ୍ୟ ପ୍ରଦର୍ଶିତ ହେବ ନାହିଁ । ଏହି ଅବସରରେ ସେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରିବା ଲାଗି ପୁଣିଥରେ ଆହ୍ୱାନ ଦେଇଛନ୍ତି । ମାଓବାଦୀମାନେ ପ୍ରତିବର୍ଷ ଜାନୁଆରୀ୨୬କୁ ବର୍ଜନ କରନ୍ତି । କି;ୁ ସେମାନଙ୍କୁ ଅନୁରୋଧ ସେମାନେ ମୁଖ୍ୟ ସ୍ରୋତରେ ସାମିଲ୍‌ ହୁଅ;ୁ ବୋଲି ପୋଲିସ୍‌ ମହାନିର୍ଦ୍ଦେଶକ କହିଛନ୍ତି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡସ୍ଥଳ ଗାନ୍ଧୀମାର୍ଗର ସୁରକ୍ଷା ଏବେଠାରୁ ବଢ଼ାଇ ଦିଆଯାଇଛି । ପରେଡ୍‌ ସ୍ଥଳରେ ୨୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହେବେ ଏବଂ ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପୋଲିସ୍‌ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗାଜିପୁର ସୀମାରେ ୧୪୪ ଲାଗୁ,  ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

ଗାଜିପୁର ସୀମାରେ ୧୪୪ ଲାଗୁ, ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

Read More...

ଜଗା ଦର୍ଶନ ଆହୁରି ସହଜ ହେବ:  ହଟିବ ବ୍ୟାରିକେଡ଼

ଜଗା ଦର୍ଶନ ଆହୁରି ସହଜ ହେବ: ହଟିବ ବ୍ୟାରିକେଡ଼

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page