ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

May 20, 2019, ଓଡ଼ିଶା, , Anupambharat News Bureau


 ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା
Anupambharat News Bureau
May 20, 2019

ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଗତ କିଛି ଦିନ ଧରି ଲଗାତାର ଭାବେ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଝାଞ୍ଜିି ଯୋଗୁଁ ଦ୍ୱି ପ୍ରହରରେ ଲୋକେ ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡିଶାରେ ନିଆଁ ବର୍ଷୁଛି । ସୋମବାର ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥି ମଧ୍ୟରୁ ୮ଟି ହେଉଛି ପଶ୍ଚିମ ଓଡିଶାର । ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ସେଲସିୟସ ରହିଥିଲା । ସେହିପରି ବଲାଙ୍ଗିରରେ ୪୪ ଡିଗ୍ରୀ, ମାଲକାନଗିରିରେ ୪୩.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ଭବାନୀପାଟଣାରେ ୪୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ।
ସୋନପୁରର ତାପମାତ୍ରା ୪୩ , ସମ୍ବଲପୁରର ୪୨.୭, ଝାରସୁଗୁଡ଼ାରେ ୪୨.୬, ହୀରାକୁଦରେ ୪୧.୪ , କେଉଁଝରଗଡ଼ରେ ୩୯.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ଅନୁଗୁଳରେ ୩୯.୧ ଡିଗ୍ରୀ ତାପମାତ୍ରା, ଚାନ୍ଦବାଲିରେ ୩୮.୨, କଟକରେ ୩୮ , ବାରିପଦାରେ ୩୮, ଭୁବନେଶ୍ୱରରେ ୩୭.୭ , କୋରାପୁଟରେ ୩୬.୬ , ଦାରିଙ୍ଗିବାଡ଼ିରେ ୩୬.୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ବାଲେଶ୍ୱରରେ ୩୫.୬, ପୁରୀରେ ୩୩.୮ ଏବଂ ପାରାଦ୍ୱୀପରେ ୩୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟସୂତ୍ରରୁ ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମାଟ୍ରିକ ପରୀକ୍ଷା ଫଳ

ଆଜି ମାଟ୍ରିକ ପରୀକ୍ଷା ଫଳ

Read More...

ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page