ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

January 28, 2021, ଦେଶ, , Anupambharat News Bureau


ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ
Anupambharat News Bureau
January 28, 2021


ନୂଆଦିଲ୍ଲୀ,୨୯ା୧ (ଅନୁପମ ମିଡ଼ିଆ): ଭାରତୀୟ ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି ଅଧିବେଶନ ଆରମ୍ଭ କରିବେ । ଏହା ପରେ ପରେ କେନ୍ଦ୍ର ବଜେଟ ୨୦୨୧-୨୨ ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପନ କରାଯିବ । ଭାରତୀୟ ସଂସଦ ଇତିହାସରେ ଏହା ପ୍ରଥମ ଥର ପାଇଁ ଏକ ନୂତନ ରେକର୍ଡ ସୃଷ୍ଟି କରିବ ଯେ, ସଂସଦରେ ବଜେଟ ଉପସ୍ଥାପନ ପେପର୍‌ ବିହିନ ଭାବରେ ପରିଚାଳନା କରଯିବ । ଯେହେତୁ କରୋନା ମହାମାରୀର କଟକଣା ବା ନିୟମାବଳୀ ଜାରି ରହିଛି, ଏଣୁ ସମସ୍ତ ସମୟ ସୂଚୀରେ ପରିବର୍ତ୍ତନ କରାଯାଇଛି । ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭା କାର୍ଯ୍ୟକାରୀ ହେବ । ଏହା ପରେ ପରେ ସନ୍ଧ୍ୟା ୪ ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଲୋକସଭାରେ ଅଧିବେଶନ ଜାରି ରହିବ । ଏହି ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟଧାରା ଫେବୃଆରୀ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଯେଉଁଥିରେ କି ମାତ୍ର ୧୨ଟି ସିଟିଂ ଧାର୍ଯ୍ୟ କରାଯାଇଛି । ଏହି ଅବଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ମାସ ୮ ତାରିଖରେ ସମ୍ପୂର୍ଣ୍ଣ ହେବ । ଯେଉଁଥିରେ କି ମାତ୍ର ୨୧ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

Read More...

ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା

ଫୁଡ୍‌ ଲାଇସେନ୍ସ ନାଁରେ ଠକେଇ : ବ୍ୟବସାୟୀଙ୍କୁ ଲୁଟୁଛନ୍ତି ଜାଲ୍‌ ସଂସ୍ଥା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page