ଆଜି କେନ୍ଦ୍ର ବଜେଟ୍‌

January 31, 2021, ଦେଶ, , Anupambharat News Bureau


ଆଜି କେନ୍ଦ୍ର ବଜେଟ୍‌
Anupambharat News Bureau
January 31, 2021


ନୂଆଦିଲ୍ଳୀ,୩୧ା୧: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍‌ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଆସନ୍ତାକାଲଇ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ବଜେଟ । ତେବେ କରୋନା ମହାମାରୀ ଯୋଗୁ ସମସ୍ତ କ୍ଷେତ୍ରରେ ପ୍ରଭାବ ପଡ଼ିଥିବାରୁ ଏହି ସ୍ଥିତି ପରେ କେନ୍ଦ୍ରର ଏହା ପ୍ରଥମ ବଜେଟ୍‌ ରହିଥିବାରୁ ସରକାର କଣ ଆଶ୍ୱସ୍ତି ଦେବାକୁ ଯାଉଛନ୍ତି ତା’ଉପରେ ରହିଛି ସମସ୍ତଙ୍କ ନଜର । ଅର୍ଥନୀତିକୁ ମଜବୁତ ସହିତ ଲୋକଙ୍କୁ ରିହାତି ଦେବାଲାଗି ଅର୍ଥମନ୍ତ୍ରୀ ପଦକ୍ଷେପ ନେବେ ବୋଲି ଆଶା ରହିଛି । ଆଗାମୀ ବଜେଟ୍‌ ପୂର୍ବ ବଜେଟ ତୁଳନାରେ ଭିନ୍ନ ରହିବ ବୋଲି ପୂର୍ବରୁ ଅର୍ଥମନ୍ତ୍ରୀ କହିସାରିଛନ୍ତି । ସେହି ଦୃଷ୍ଟିରୁ ଆୟକରରେ ଅନେକ ରିହାତି ମିଳିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷେ ଚଳିତ ବର୍ଷ ମଧ୍ୟ ଭାଗରେ କେତେକ ରାଜ୍ୟରେ ନିର୍ବାଚନ ରହିଥିବାରୁ ତାକୁ ଦୃଷ୍ଟିରେ ରଖି ମଧ୍ୟ ବଜେଟ୍‌ ପ୍ରସ୍ତୁତ ହୋଇ ଥାଇପାରେ ବୋଲି କୁହାଯାଇଛି । ତେବେ ନିର୍ମଳା ତାଙ୍କ କୁହୁକ ପେଡ଼ିରେ କାହା ପାଇଁ କ’ଣ ରଖିଛନ୍ତି ତାହା ଆସନ୍ତାକାଲି ସ୍ପଷ୍ଟ ହେବ । ତେବେ ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ, ସୀମା ସୁରକ୍ଷା, ରପ୍ତାନୀ ଏବଂ ଗ୍ରାମାଞ୍ଚଳ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବ ବୋଲି ମଧ୍ୟ ଅନୁମାନ କରାଯାଉଛି ।
ସେହିଭଳି ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ନିର୍ମଳା ତାଙ୍କ ବଜେଟ୍‌ରେ ଅଧିକ ଗୁରୁତ୍ୱ ଦେଇଥିବା ଆଶା କରାଯାଇଛି । ତେବେ ଏହି ବଜେଟ୍‌ରେ କରୋନା ମହାମାରୀ ଯୋଗୁ ଯେଉଁ ସବୁ କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହୋଇଛି ତାକୁ ନିଶ୍ଚିତ ଭାବେ ଗୁରୁତ୍ୱ ଦିଆଯାଇଥି ବୋଲି ଅନୁମାନ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡିର ନୂଆ ରଣନୀତି :  ଖେଳରେ କରିବ‘ଖେଳ’

ବିଜେଡିର ନୂଆ ରଣନୀତି : ଖେଳରେ କରିବ‘ଖେଳ’

Read More...

ନାବାଳିକା ହତ୍ୟା ଉଦ୍ୟମ ମାମଲା :  ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ

ନାବାଳିକା ହତ୍ୟା ଉଦ୍ୟମ ମାମଲା : ଗଣଦୁର୍ଷ୍କମ ପରେ ଆକ୍ରମଣ, ଦୁଇ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page