ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

February 06, 2021, ଦେଶ, , Anupambharat News Bureau


ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ
Anupambharat News Bureau
February 06, 2021


ନୂଆଦିଲ୍ଲୀ,୬ା୨: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତ ହେବା ପାଇଁ ବିଶ୍ୱରେ ପ୍ରଥମ ଥର ପାଇଁ ବହୁମାତ୍ରାରେ ଭାରତରେ ହିିଁ ଟିକାକରଣ ଆରମ୍ଭ ହୋଇଛି । ଏପରିକି ୫୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରଥମ ପର୍ଯ୍ୟାୟରେ ଟିକା ପାଇଛନ୍ତି । ତେବେ ଏହି ଟିକାର ଦ୍ୱିତୀୟ ଡୋଜ୍‌ ଚଳିତ ମାସ ୧୩ ତାରିଖରେ ଦିଆଯିବ । ଯେଉଁମାନେ ଏହି କୋଭିଡ଼ ଟିକାକରଣର ପ୍ରଥମ ଦିନରେ ପ୍ରଥମ ଡୋଜ ନେଇଥିଲେ ସେମାନଙ୍କୁ ହିଁ ଏହି ଫେବୃଆରୀ ୧୩ରେ ଦ୍ୱିତୀୟ ଡୋଜ୍‌ ଟିକା ପ୍ରୟୋଗ କରାଯିବ । ସୂଚନାଯେ, ଗତ ଜାନୁଆରୀ ୧୬ ତାରିଖରେ ଭାରତରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧାମାନଙ୍କ ପାଇଁ ଏହି ଟିକାକରଣର ପ୍ରଥମ ଡୋଜ୍‌ ଆରମ୍ଭ କରାଯାଇଥିଲା । ତେଣୁ ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତରେ ୫୦ ଲକ୍ଷ ଟିକାକରଣ ଅତିକ୍ରମ କରିଥିବା ଯୋଗୁଁ ଏହା ସମଗ୍ର ବିଶ୍ୱରେ ଏକ ଅସାଧାରଣ କୃତିତ୍ୱ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ମାତ୍ର ୨୧ ଦିନରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରାଯାଇଛି । ୧୨ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ପ୍ରଦାନ କରାଯାଇଛି । ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମାର୍ଚ୍ଚ ମାସ ୬ ତାରିଖ ପୂର୍ବରୁ ଟିକାକରଣ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ ରହିଛି ବୋଲି ଏକ ବିବୃତ୍ତିରୁ ଜଣାପଡିଛି । ଭାରତରେ କୋଭିସିଲï ଏବଂ କୋଭାକ୍‌ସିନ ଟିକା ପ୍ରଦାନ କରାଯାଉଛି । ଋଷିଆ ପ୍ରସ୍ତìତ ସ୍ପୁଟନିକ୍‌ ଟିକା ଏପ୍ରିଲ୍‌ ମାସରେ ଭାରତରେ ଉପଲବ୍ଧ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।
ବିଶ୍ୱରେ ପ୍ରଥମ ଥର ପାଇଁ ଭାରତରେ ହିଁ ସର୍ବାଧିକ ହାରରେ ଟିକା ପ୍ରସ୍ତìତ କରାଯାଇ ଦେଶବ୍ୟାପୀ କରୋନା ରୋଗର ମୁକାବିଲା କରିବା ନିମନ୍ତେ ଟିକାକରଣ ଆରମ୍ଭ ହୋଇଛି । ଭାରତରେ ଟିକାକରଣ ବ୍ୟବସ୍ଥା ଅତ୍ୟନ୍ତ ସଫଳତାର ସହିତ କାର୍ଯ୍ୟକାରୀ କରୁଥିବା ଯୋଗୁଁ ବିଶ୍ୱର ୨୫ଟି ରାଷ୍ଟ୍ର ଏହି ଭାରତ ପ୍ରସ୍ତìତ କୋଭିଡ଼ ଟିକା କ୍ରୟ କରିବା ପାଇଁ ଅପେକ୍ଷାରେ ଅଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଆଜି ସୂଚନା ଦେଇଛନ୍ତି । ଇତିମଧ୍ୟରେ ଭାରତ ପକ୍ଷରୁ ୧୫ଟି ରାଷ୍ଟ୍ରକୁ କୋଭିଡ଼-୧୯ ଟିକା ଯୋଗାଣ କରାଯାଇ ପାରିଛି ଏବଂ ଏହି ଟିକା ପାଇଁ ୨୫ଟି ରାଷ୍ଟ୍ରଙ୍କ ତାଲିକା ଧାଡ଼ିରେ ରହିଛି ବୋଲି ମନ୍ତ୍ରୀ ଜୟଶଙ୍କର ସ୍ପଷ୍ଟ କରିଛନ୍ତି । ଜୟଶଙ୍କର କହିଛନ୍ତି ଯେ, ତିନି ପ୍ରକାର ରାଷ୍ଟ୍ର କୋଭିଡ଼ ଟିକା ହାସଲ ପାଇଁ ଉଦ୍ୟମ କରିଛନ୍ତି । ସେଗୁଡିକ ହେଲେ ନିହାତି ଗରିବ ରାଷ୍ଟ୍ର । ଦ୍ୱିତୀୟତଃ ଦର ଉପରେ କୋହଳ ଏବଂ ଅନ୍ୟ ରାଷ୍ଟ୍ର ଯେଉଁମାନେ କହି ଭାରତୀୟ ଔଷଧ କମ୍ପାନୀମାନଙ୍କ ସହିତ କାରବାର ଚଳାଇଛନ୍ତି । କେତେକ ରାଷ୍ଟ୍ର ପ୍ରତ୍ୟେକ୍ଷ ଭାବେ ଟିକାକରଣ ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଯୋଗାଯୋଗ କରି ଟିକା ହାସଲ କରିବା ପାଇଁ ମଧ୍ୟ ଆଲୋଚନା ଜାରି ରଖିଛନ୍ତି । ସୂଚନା ଥାଉକି ଭାରତରେ ଏହି ଭୟଙ୍କର କରୋନା ମହାମାରୀ ଯୋଗୁଁ ଆଜି ସୁଦ୍ଧା ୧ ଲକ୍ଷ ୫୪ ହଜାର ୯୧୮ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତୀତ ୧ କୋଟି ୮୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ସୁସ୍ଥ ସଂଖ୍ୟାରେ ମଧ୍ୟ ଉନ୍ନତି ଘଟିଛି । ସମଗ୍ର ବିଶ୍ୱରେ ୨୨ ଲକ୍ଷ ୨୧ ହଜାର ୭୩୭ ରୋଗୀଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତୀତ ୧୦ କୋଟି ୨୬ ଲକ୍ଷ ୬୩ ହଜାରରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମଣର ଶିକାର ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବ

Read More...

ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

ଝରାଫୁଲ ମାମଲାର ଗୁମର ଖୋଲୁଛି : ନିଶାଦେଇ ଶ୍ୱାସରୋଧରୁ ହତ୍ୟା !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page