ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ

February 08, 2021, ଓଡ଼ିଶା, , Anupambharat News Bureau


ନବମ ଓ ଏକାଦଶ ପାଠପଢ଼ା ଆରମ୍ଭ
Anupambharat News Bureau
February 08, 2021


ଭୁବନେଶ୍ୱର, ୮ା୨(ଅନୁପମ ମିଡ଼ିଆ):­ କରୋନା କାରଣରୁ ପାଠପଢା ଦୀର୍ଘ ଦଶ ମାସ ବନ୍ଦ ରହିବା ପରେ ସୋମବାର ଠାରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି ।
ପୂର୍ବ ନିର୍ଧାରିତ ନିଷ୍ପତ୍ତିି ଅନୁସାରେ କୋବିଡ ଗାଇଡଲାଇନ ଅନୁସାରେ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଛି । ସକାଳୁ ନିର୍ଦ୍ଧାରିତ ସମୟରେ ଛାତ୍ରଛାତ୍ରୀ ସ୍କୁଲରେ ପହଞ୍ଚିବା ସହ ସାମାଜିକ ଦୂରତା ଅବଲମ୍ବନ କରି ପ୍ରବେଶ କରିଛନ୍ତି । ଶ୍ରେଣୀରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍‌ କରିଛନ୍ତି । କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା କରାଯାଇଛି । ଉଲ୍ଲେଖନୀୟ ଯେ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ । ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପରିଅଡ୍‌ କରାଯିବ । ରବିବାର କ୍ଲାସ୍‌ ହେବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ୩ରୁ ମାଟ୍ରିକ ପରୀକ୍ଷା

ମଇ ୩ରୁ ମାଟ୍ରିକ ପରୀକ୍ଷା

Read More...

ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

ପ୍ରସ୍ତାବିତ ‘ବାଇ-ଲ’ ପ୍ରତ୍ୟାହୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page