ନୂଆଦିଲ୍ଲୀ,୧୩ା୨:ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅନୁଯାୟୀ ଜଣେ ନାଗରିକ ତାହାର ମତ ପ୍ରକାଶ କରିପାରିବ । ଏବଂ ଏହା ସ୍ୱାଧୀନ ଭାବେ ମଧ୍ୟ ନିଜର ମତାମତ ପ୍ରକାଶ କରିପାରିବ । ଏହା ବ୍ୟତୀତ ସମ୍ବିଧାନରେ ଉଲ୍ଲେଖ ମଧ୍ୟ ରହିଛି ଯେ, ପ୍ରତ୍ୟେକ ମୌଳିକ ଅଧିକାରକୁ କେତେକ ପ୍ରତିବନ୍ଧକ ଆଧାରରେ ହିଁ ସାବ୍ୟସ୍ତ କରିବାକୁ ପଡିଥାଏ । ପ୍ରତିବାଦ କରିବା ଯଦିଓ ଜଣେ ନାଗରିକର ଅଧିକାର ତେବେ ଏହା ଯେକୌଣସି ସମୟରେ କିମ୍ବା ଯେକୌଣସି ସ୍ଥନାରେ ପ୍ରତିବାଦ କରାଯାଇ ପାରିବ ନାହିଁ ବୋଲି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏକ ମାମଲାର ଶୁଣାଣି ବେଳେ ନିଦ୍ଦେ’ର୍ଶ ଦେଇଛନ୍ତି । କେତେକ ର୍ନିଦ୍ଦିଷ୍ଟ କର୍ତ୍ତବ୍ୟ ସହ ସମ୍ପୃକ୍ତ ଥିବାରୁ ପ୍ରତିବାଦ କରିବା ଏବଂ ମତ ପରିପ୍ରକାଶ କରିବା ଯେକୌଣସି ସମୟରେ ଏବଂ ସବୁ ସ୍ଥାନରେ ଜାହିର କରି ହେବନାହିଁ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ୨୦୧୯ରେ ଦିଲ୍ଲୀର ଶାହୀନ୍ ବାଗ୍ରେ ନାଗରିକ ବିରୋଧୀ ଆଇନ ପ୍ରତିବାଦ ସଂକ୍ରାନ୍ତ ଏକ ରିଭୁ୍ୟ ପିଟିସନକୁ ଖାରଜ କରି ସୁପ୍ରିମ୍ କୋର୍ଟ ଏକ ଆଦେଶନାମା ଜାରି କରିଛନ୍ତି । ଶାହୀନ ବାଗ୍ରେ ଚାଲିଥିବା ପ୍ରତିବାଦ ବେଆଇନ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟ ଶୁଣାଇଥିବା ରାୟର ପୁନଃସମୀକ୍ଷା ନିମନ୍ତେ ୧୨ଜଣ ସାମାଜିକକର୍ମୀ ରିଭୁ୍ୟ ପିଟିସନ୍ ଦାଏର କରିଥିଲେ । ଫେବୃଆରୀ ୯ ତାରିଖରେ ଏହି ରିଭୁ୍ୟ ପିଟିସନ୍ ଶୁଣାଣି ହୋଇଥିଲେ ସୁଦ୍ଧା ଗତକାଲି ବିଳମ୍ବିତ ରାତ୍ରୀରେ ଏହି ଆଦେଶନାମା ଆସିଛି । ବିଚାରପତି ଏସ୍.କେ. କଉଲ୍, ଅନିରୁଦ୍ଧ ବୋଷ ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ପିଟିସନକୁ ଖାରଜ କରି କହିଲେ, ପ୍ରତିବାଦ ଅଧିକାର ଯେକୌଣସି ସମୟରେ ତଥା ସବୁଆଡ଼େ ଜାହିର କରି ହେବନାହିଁ । କେତେକ ପ୍ରତିବାଦ କାର୍ଯ୍ୟଧାରା କ୍ରମାନୁଯାୟୀ ସୃଷ୍ଟି ହୋଇ ପାରେ କି;ୁ, ଅନ୍ୟମାନଙ୍କ ଅଧିକାରକୁ ପ୍ରଭାବିତ କରୁଥିବା ସର୍ବସାଧାରଣ ସ୍ଥାନମାନଙ୍କରେ ଦୀର୍ଘକାଳୀନ ପ୍ରତିବାଦ ଚାଲି ପାରିବ ନାହିଁ । ଏହି ତିନିଜଣିଆ ଖଣ୍ଡପୀଠ ଗୁରୁତ୍ୱାରୋପ କରି କହିଲେ ଯେ, ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ସର୍ବସାଧାରଣ ସ୍ଥାନକୁ ଦଖଲ କରି ହେବନାହିଁ ।
କେବଳ ର୍ନିଦ୍ଧାରିିତ ଅଞ୍ଚଳରେ ହିଁ ସର୍ବସାଧାଣ ପ୍ରତିବାଦ କରିପାରିବେ । ମତଭେଦ ଓ ଗଣତନ୍ତ୍ର ଓତପ୍ରୋତ ଭାବେ ଜଡ଼ିତ ବୋଲି ୨୦୨୦ ଅକେଫାବର ରାୟରେ ସୁପ୍ରିମ୍ କୋର୍ଟ କହିବା ସହ ଗୁରୁତ୍ୱ ଦେଇ କହିଥିଲେ ଯେ, ଏ ପ୍ରକାରର ପ୍ରତିବାଦ ଗ୍ରହଣୀୟ ନୁହେଁ ।