କେନ୍ଦ୍ରାପଡା, ୨୧ା୫ (ଅନୁପମ ମିଡିଆ) : ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଛକ ନିକଟରେ ଏକ ହୋଣ୍ଡା ଆକଫିଭାକୁ ଅନ୍ୟ ଏକ ଘରୋଇ ବସ ରଙ୍ଗ ରୁଟରେ ଯାଇ ସମ୍ମୁଖରୁ ଧMା ଦେବାରୁ ଆକଫିଭା ପଛରେ ବସିଥିବା ୨ଭଉଣୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଯାଇଥିବା ବେଳେ ଆକଫିଭା ଚାଳକକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ମନ୍ତେଇ ଗ୍ରାମର ଅଶୋକ କୁମାର ପାଳଙ୍କ ଝିଅ ପ୍ରଜ୍ଞାପରମିତା ପାଳ(୨୧) ଓ ପ୍ରିତିପ୍ରଜ୍ଞା ପାଳ(୧୭) ତାଙ୍କ ସମ୍ପର୍କୀୟ ଭାଇ ରଶ୍ମିରନ ସାମନ୍ତରାୟଙ୍କ ସହିତ ଏକ ହୋଣ୍ଡା ଆକଫିଭାରେ କେନ୍ଦ୍ରାପଡା ସହରକୁ ଆସୁଥିବା ବେଳେ ଛଗରିଆ ଛକ ନିକଟରେ ସମ୍ମୁଖ ଭାଗରୁ ରଙ୍ଗ ରୁଟରେ ଯାଉଥିବା ହାରାମଣୀ ନାମକ ଏକ ଘରୋଇ ବସ ନିୟନ୍ତ୍ରଣ ହରାଇ ଆକଫିଭାକୁ ଯୋରରେ ଧMା ଦେବାରୁ ଆକଫିଭାରୁ ଛିଟକି ପଡି ଘଟଣା ସ୍ଥଳରେ ୨ଭଉଣୀଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ଆକଫିଭା ଚାଳକ ରଶ୍ମିରନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବସ ଚାଲକ ବସଟିକୁ ନେଇ ମାର୍ଶାଘାଇ ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି । ମାର୍ଶାଘାଇ ଥାନା ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ କେନ୍ଦ୍ରାପଡା ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।