କୃଷି ଆଇନ ପ୍ରତ୍ୟାହାର ଦାବି: ଆଜି ଚାରି ଘଣ୍ଟିଆ ରେଳ ରୋକ

February 17, 2021, ଦେଶ, , Anupambharat News Bureau


କୃଷି ଆଇନ ପ୍ରତ୍ୟାହାର ଦାବି:  ଆଜି ଚାରି ଘଣ୍ଟିଆ ରେଳ ରୋକ
Anupambharat News Bureau
February 17, 2021


ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ତୀବ୍ର ବିରୋଧ କରି ଦେଶବ୍ୟାପୀ ଚାଷୀମାନେ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି, ସେମାନେ ଧର୍ମଘଟର ଅନ୍ୟ ଏକ ପର୍ଯ୍ୟାୟ ଆଜି ପ୍ରଦର୍ଶନ କରୁଛନ୍ତି । ପୂର୍ବ ଯୋଜନା ଘୋଷଣା ମୁତାବକ ଦେଶବ୍ୟାପୀ ୧୮ ତାରିଖରେ ଦେଶବ୍ୟାପୀ ମଧ୍ୟାହ୍ନ ୧୨ଟାରୁ ୪ ଟା ପର୍ଯ୍ୟନ୍ତ ଚାରି ଘଣ୍ଟିଆ ରେଳରୋକ୍‌ କରିବାକୁ ପ୍ରସ୍ତìତି ହୋଇଛି । ଗୁରୁବାର ହେଉଥିବା ଏହି ଆନ୍ଦୋଳନରେ ଦେଶର ବହୁ ସଂଖ୍ୟକ ଚାଷୀ ଭାଗନେବେ ବୋଲି ଜଣାପଡିଛି । ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରଜନକ ମନେ କରି ରେଳବାଇ ପକ୍ଷରୁ ଗୁରୁବାର ଟ୍ରେନ୍‌ ଚଳାଚଳ କେତେକ ବାତିଲ୍‌ କରିବାକୁ ଯୋଜନା କରାଯାଇଥିବା ବେଳେ ଆଉ କେତେକ ରେଳର ଗତିପଥର ବଦଳାଇବାକୁ ଯୋଜନା କରାଯାଇଛି । ମୁଖ୍ୟତଃ ପଞ୍ଜାବରେ ଏହି ଆନ୍ଦୋଳନ ସମୟରେ କୌଣସି ଟ୍ରେନ୍‌ ଚଳାଚଳ ହୋଇପାରିବ ନାହିଁ । ବୁଧବାର ଦିନ ପଞ୍ଜାବରୁ ଛାଡୁଥିବା ଦରଭଙ୍ଗା-ଅମୃତସର ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ବୁଧବାର ବାତିଲ୍‌ କରାଗଲା ବୋଲି ଉତ୍ତର ରେଳବାଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ଜଣାପଡିଛି । ସୂଚନା ଯେ ସେପେଫମ୍ବର ଶେଷ ବେଳକୁ ଚାଷୀମାନେ ଯେଉଁ ରେଳ ରୋକ୍‌ ଧାରଣା କରିଥିଲେ, ତାହା ନଭେମ୍ବରରେ ପ୍ରତ୍ୟାହାର କରାଯାଇଥିଲା । ଏହା ପରେ ପରେ ଅମୃତସର ଜିଲ୍ଲାର ଜାଣ୍ଡିଆଲାଗୁରୁ ଠାରେ କିଷାନ ମଜଦୁର ସଂଘର୍ଷ କମିଟି ପକ୍ଷରୁ ବିଭିନ୍ନ ପାସେଞ୍ଜର ଟ୍ରେନ୍‌କୁ ମଧ୍ୟ ବନ୍ଦ କରାଯାଇଥିଲା । ତେବେ ଉକ୍ତ ଅଞ୍ଚଳରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରୁଥିଲା । ଗରୁବାର ହେଉଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ନାଣ୍ଡେଡ୍‌-ଅମୃତସର ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଚଣ୍ଡିଗଡ ପର୍ଯ୍ୟନ୍ତ କରାଯାଇଛି । କର୍ବା-ଅମୃତସର ଏକ୍ସପ୍ରେସ୍‌ ଅମ୍ବାଲା ପର୍ଯ୍ୟନ୍ତ ଯାତ୍ରା କରିବା ପରେ ତାହା ସେଠାରେ ଅଟକି ରହିବ । ଅମ୍ବାଲା ଠାରୁ ଯାତ୍ରା କରୁଥିବା ଅମୃତସର-କର୍ବା ଟ୍ରେନ୍‌ ମଧ୍ୟ ବାତିଲ୍‌ ଘୋଷଣା କରାଯାଇଛି । କୃଷି ବିଲ ବିରୋଧରେ ଆନ୍ଦୋଳନ କ୍ରମରେ ଗୁରୁବାର ଭାରତୀୟ କିଶାନ ୟୁନିୟନ(ବିକେୟୁ) ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ କରିବାକୁ ଯାଉଛି । ବିକେୟୁ ମୁଖପାତ୍ର ରାକେଶ ଟିକାଏତ ଏ ସମ୍ପର୍କରେ ଆଜି ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲି ହେବାକୁ ଥିବା ରେଳ ରୋକ ଆନ୍ଦୋଳନରୁ କୌଣସି ରାଜ୍ୟକୁ ବାଦ ଦିଆଯାଇନାହିଁ । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ହୋଇଥିବା ଚକା ଜାମ୍‌ ଆନ୍ଦୋଳନ ବେଳେ ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ବାଦ ଦିଆଯାଇଥିଲା । ତେବେ ଆସନ୍ତାକାଲିର ରେଳରୋକରେ କୌଣସି ରାଜ୍ୟକୁ ରିହାତି ମିଳିବ ନାହିଁ ବୋଲି ଟିକାଏତ କହିଛନ୍ତି । ଟିକାଏତ କହିଛନ୍ତି ଯେ, ଆସନ୍ତାକାଲିର ଆନ୍ଦୋଳନରେ ଗାଁ ଲୋକ ଅଧିକ ସଂଖ୍ୟାରେ ଯୋଗ ଦେବେ । କେନ୍ଦ୍ର ସରକାର ଗତ ୮ ମାସ ଧରି ସବୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ଦେଉ ନାହାନ୍ତି କି;ୁ ଅନ୍ୟକ୍ଷେତ୍ରରେ କଟକଣା ଉଠାଇଛନ୍ତି । ସେ କହିଛନ୍ତି ଯେ, ଚକାଜାମରେ କିଛି ରାଜ୍ୟଙ୍କୁ ରିହାତି ଦିଆଯାଇଥିଲା । କି;ୁ ଏଥର ସେମିତି ହେବ ନାହିଁ । ଏଥର ସବୁ ରାଜ୍ୟରେ ରେଳ ରୋକ କରାଯିବ । ଅନ୍ୟପକ୍ଷରେ ରେଳରୋକକୁ ଦୃଷ୍ଟିରେ ରଖି ରେଳବାଇ ରେଲେୱ ପ୍ରୋଟେକ୍ସନ ଫୋର୍ସ (ଆରପିଏଫ)ର ୨୦ ଅତିରିକ୍ତ କମ୍ପାନୀକୁ ମୁତ୍ତୟନ କରିଛି । ଏଥର ରେଳରୋକ ଆନ୍ଦୋଳନରେ ପଶଫିମବଙ୍ଗ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ହରିଆନାକୁ ବିକେୟୁ ଅଧିକରୁ ଅଧିକ ସାମିଲ୍‌ କରିବାକୁ ଯୋଜନା ପ୍ରସ୍ତìତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବିଧାନସଭା ଅଧିବେଶନ ,  ୨୨ରେ ବଜେଟ୍‌ ,  ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

ଆଜିଠୁ ବିଧାନସଭା ଅଧିବେଶନ , ୨୨ରେ ବଜେଟ୍‌ , ଦୁଇ ପର୍ଯ୍ୟାୟରେ ୩୧ ଦିନ ବସିବ ଗୃହ

Read More...

ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page