‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’

February 18, 2021, ଓଡ଼ିଶା, , Anupambharat News Bureau


‘ଆତ୍ମାହୁତି ଉଦ୍ୟମ କଲେ ବନ୍ଧା ହେବେ’
Anupambharat News Bureau
February 18, 2021


ଭୁବନେଶ୍ୱର, ୧୮ା୨ (ଅନୁପମ ମିଡିଆ): ­ ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ । ଏହାକୁ ଏକ ଅପରାଧିକ କାର୍ଯ୍ୟ ବୋଲି ବିବେଚନା କରାଯାଇ ସେହି ହିସାବରେ ପୁଲିସ୍‌ ପଦକ୍ଷେପ ନେବ । ତେଣୁ ଯିଏ ଏପରି ଉଦ୍ୟମ କରିବ ଏବଂ ଯିଏ ଏଥିପାଇଁ ପ୍ରରୋଚନା ଦେବ ସେ ବନ୍ଧା ହେବ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଭୁବନେଶ୍ୱର ଡିସିପି କହିଛନ୍ତି, ବିଧାନସଭା ସାମ୍ନାରେ ୨ ଦିନରେ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ । ତାଙ୍କୁ କିଏ ଆଣିଲା, ଫଟୋ ଏବଂ ଭିଡିଓ ସୁଟ୍‌ କଲା ତଦନ୍ତ କରାଯିବ । ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି, ତଦନ୍ତ ପରିସରଭୁକ୍ତ ହେବେ । ଡିସିପି କହିଛନ୍ତି, ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା
ଲୋକଙ୍କୁ ଖୋଜାଯିବ । ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ । ସେ ହିସାବରେ ପୁଲିସ୍‌ ଟ୍ରିଟ୍‌ କରିବ । ବୋତଲ ନେଇ ଢାଳି ହୋଇଗଲେ ତମ କଥା ଶୁଣାଯିବ ବୋଲି ଏମାନଙ୍କୁ ପ୍ରରୋଚନା ଦିଆଯାଉଥିବା ଜଣାପଡ଼ିଛି । ତେଣୁ ଯେଉଁମାନେ କିରୋସିନି ବଟଲ ଧରି ଆତ୍ମାହୁତି ଦେବାକୁ ଆସିଥିଲେ, ସେମାନଙ୍କୁ କିଏ ଆଣିଛି ତାହାର ତଦନ୍ତ କରାଯିବ । ଏଥିସହ କିରୋସିନି ବଟଲ ସହ ଫଟୋସୁଟ କରିବା ନିମନ୍ତେ ତାଙ୍କୁ ପ୍ରରୋଚିତ କରିବା, ସାହାଯ୍ୟ କରିବାରେ ଯେଉଁମାନେ ସମ୍ପୃକ୍ତ ଥିବେ ସେମାନେ ବି ତଦନ୍ତ ପରିସରଭୁକ୍ତ ହେବେ ଓ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଯେକୌଣସି ଅଭିଯୋଗ ଥିଲେ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ଯାଆ;ୁ । ଏହାବ୍ୟତୀତ ଏଠାରେ ବି ଏକ ଗ୍ରିଭାନ୍ସ ସେଲ୍‌ ଅଛି । ଏଠାରେ ଅଭିଯୋଗ କଲେ ଆବଶ୍ୟକ ବିଭାଗ, ଅଧିକାରୀଙ୍କ ନିକଟକୁ ପଠାଯାଉଛି ବୋଲି ଡିସିପି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

Read More...

ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

ଉନ୍ନୟନ ପ୍ରକଳ୍ପ ପ୍ରସଙ୍ଗରେ ବଖାଣିଲେ ରାଜ୍ୟପାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page