୨୬ରେ ଭାରତ ବନ୍ଦ

February 19, 2021, ଦେଶ, , Anupambharat News Bureau


୨୬ରେ ଭାରତ ବନ୍ଦ
Anupambharat News Bureau
February 19, 2021


ନୂଆଦିଲ୍ଲୀ: ଜିଏସଫିର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବଢିଚାଲିଛି । ଏହାକୁ ବିରୋଧ କରିଛି ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଘ ବା ସିଆଇଟି । ଏପରିକି ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇଛି ସିଏଆଇଟି । ବନ୍ଦକୁ ସଫଳ କରିବା ପାଇଁ ୪୦,୦୦୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ । ଏନେ ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି ।
ସଂଘ କହିଛି ଯେ, ବନ୍ଦକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ଥିବା ସିଏଆଇଟି ପ୍ରତିନିଧିମାନେ ବନ୍ଦକୁ ସଫଳ କରିବା ପାଇଁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ଏହାକୁ ସଫଳ କରିବା ପାଇଁ ଟିକସ ପେସାଦାରମାନଙ୍କ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଟିକସ ଉପଦେଷ୍ଟା, କମ୍ପାନି ସେକ୍ରେଟାରି, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ପ୍ରତ୍ୟକ୍ଷ ବିକ୍ରି କମ୍ପାନି, ମହିଳା ସଂଗଠନ,ଖାଉଟି, ହକର, ଚଳଚ୍ଚିତ୍ର ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନ କାରୀମାନଙ୍କ ନିକଟରେ ଆମେ ପହଞ୍ଚିବୁ । ବନ୍ଦ ଯୋଗୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ । ଅନ୍‌ଲାଇନ୍‌୍‌ ବିକ୍ରେତା ଏବଂ ଅର୍ଥନୀତି ସହ ଜଡ଼ିତ ଜାତୀୟ ଏବଂ ରାଜ୍ୟସ୍ତରୀୟ ସଂଗଠନଗୁଡ଼ିକୁ ବନ୍ଦରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

Read More...

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page