ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା

February 25, 2021, ଦେଶ, , Anupambharat News Bureau


ଗ୍ୟାସ୍‌ ଦର ୨୫ ଟଙ୍କା ବଢ଼ିଲା
Anupambharat News Bureau
February 25, 2021


ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ଆଜି ପୁଣି ଥରେ ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ଘଟିଛି । ଦିଲ୍ଲୀ ନଗରୀରେ ଏହି ଦର ବୃଦ୍ଧି ଘଟିଥିଲେ ମଧ୍ୟ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଏହା ଏକ ପ୍ରକାର ଆଶଙ୍କା ସୃଷ୍ଟି କରିଛି । କାରଣ କ୍ରମାଗତ ଭାବରେ ଦର ବୃଦ୍ଧି ସାଧାରଣ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ଶୋଚନୀୟ କରିବାରେ ଲାଗିଛି । ଏଭଳି ସ୍ଥିତିରେ ପୁଣି ରନ୍ଧନଗ୍ୟାସ୍‌ ଦରବୃଦ୍ଧି ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି । ଦିଲ୍ଲୀରେ ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ଘଟିଛି । ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ରାଷ୍ଟ୍ରୀୟ ରାଜଧାନୀନଗରୀରେ ଲାଗୁ ହୋଇଯିବା ପରେ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ଥିଲା । ଚଳିତ ଫେବୃଆରୀ ମାସରେ ଜାତୀୟ ରାଜଧାନୀରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଛି । ଏହାକୁ ମିଶାଇଲେ ମାତ୍ର କିଛି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏହି ଏଲପିଜିର ମୂଲ୍ୟରେ ବୃଦ୍ଧି ଘଟିଛି । ଏଲପିଜି ଦର ଫେବ୍ରୁଆରୀ ୪ରେ ୨୫ଟଙ୍କା (ମୂଲ୍ୟ: ୭୧୯ ଟଙ୍କା) ଏବଂ ଫେବ୍ରୁଆରୀ ୧୪ରେ ୫୦ ଟଙ୍କା (ମୂଲ୍ୟ: ୭୬୯ ଟଙ୍କା) ବୃଦ୍ଧି କରାଯାଇଥିଲା । ଭାରତରେ ତୈଳ କମ୍ପାନିଗୁଡ଼ିକୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ର୍ନିଦ୍ଧାରଣ କରିବା ଦାୟିତ୍ୱ ଦିଆଯାଇଛି । ଅନ୍ତର୍ଜାତୀୟ ଇନ୍ଧନ ଦର ଦ୍ୱାରା ଘରୋଇ ବଜାରରେ ଏହାର ଦର ନିୟନ୍ତ୍ରିତ ହେଇଛି । ଅନ୍ୟପକ୍ଷରେ ତରଳ ପେଟ୍ରୋଲିୟମ ଗ୍ୟାସର ମୂଲ୍ୟ ଆମେରିକୀୟ ଡଲାର- ଭାରତୀୟ ଟଙ୍କା ବିନିମୟ ମୂଲ୍ୟରେ ପରିବର୍ତ୍ତନ ଉପରେ ର୍ନିଭର କରି ଏଲପିଜିର ଦରରେ ବୃଦ୍ଧି କିମ୍ବା ହ୍ରାସ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢୁଛି ରାଜଧାନୀ ତାପମାତ୍ରା

ବଢୁଛି ରାଜଧାନୀ ତାପମାତ୍ରା

Read More...

ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

ମହିଳା ଓ ଶିଶୁ ବିକାଶ ବିଭାଗର ଅନଲାଇନ୍‌ ସେବା ଲୋକାର୍ପିତ : ପୁଷ୍ଟି ବଜେଟ୍‌ କରିବାରେ ରାଜ୍ୟ ପ୍ରଥମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page