ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା

March 01, 2021, ଓଡ଼ିଶା, , Anupambharat News Bureau


ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟିଲା
Anupambharat News Bureau
March 01, 2021


ଗଞ୍ଜାମ, ୧ା୩(ଅନୁପମ ମିଡ଼ିଆ): ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଲକ୍ଷ୍ମୀପୁର-ସୂର୍ଯ୍ୟନାରାୟଣପୁର ମଧ୍ୟଭାଗରେ ଏକ ଆମୋନିଆ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିବାରୁ ସମ୍ପୃକ୍ତ ରାସ୍ତାକୁ ସିଲ୍‌ କରାଯାଇଛି । ଫଳରେ ସମ୍ପୃକ୍ତ ରାସ୍ତାଦେଇ ଗମନାଗମନ ଠପ ହୋଇପଡ଼ିଛି । ତେବେ କିଛି ଅଘଟଣ ଆଶଙ୍କା କରି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କ ପଦକ୍ଷେପ ଗ୍ରହଣ କରାଯାଛି । ତେବେ ସୌଭାଗ୍ୟବଶତଃ ଟ୍ୟାଙ୍କରୁ ଗ୍ୟାସ ନିର୍ଗତ ହେଉନଥିବାରୁ ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ମିଳିଥିବା ସୂଚନାନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ପାଞ୍ଚଘଣ୍ଟ ସମୟରେ ପାରାଦ୍ୱୀପ ଠାରୁ ବିଶାଖାପାଟଣା ଯାଉଥିବା ଅମୋନିଆ ଗ୍ୟାସ ଟ୍ୟାଙ୍କର ଲଷ୍ମୀପୁରଠାରେ ନିର୍ମାଣ କରାଯାଉଥିବା କଲଭର୍ଟ ଯୋଗୁଁ ଯାତାୟାତ ଏକ ପାଶ୍ୱର୍ରେ ହେଉଥିବାରୁ ଡ୍ରାଇଭର ଜାଣିନପାରି ବିପରିତ ଦିଗକୁ ନେବାବେଳେ ନିୟନ୍ତ୍ରଣ ହରାଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା । ସୂଚନା ପାଇ ପୋଲିସ ପହଞ୍ଚି ଗାଡିର ଡ୍ରାଇଭର ସମୀର ଦାଦାଉ ଏବଂ ଦୁଇ ହେଲପର ମୁକେଶଖା ଓ ସୁରେନ୍ଦ୍ରନାଥଙ୍କୁ ସୁରକ୍ଷିତ ଉଦ୍ଧାର କରି ଅଟକ ରଖିଛି । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାସୀମ ଇଣ୍ଡୋଷ୍ଟିଜର ଏକ ଟିମ୍‌ ପହଁଚିଥିବା ବେଳେ ଏସପି ବ୍ରିଜେଶ କୁମାର ରାୟ, ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ କିଷାନ ଗୌତମ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜମ ତହସିଲଦାର ଅରୁଣ କୁମାର ନାୟକ, ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ, ଗଞ୍ଜାମ ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ପ୍ରମୁଖ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ସହ ଜାତୀୟ ରାଜପଥକୁ କର୍ଡ଼ନରେ ରଖାଯାଇଛି । ଫଳରେ ଉଭୟ ପାଶ୍ୱର୍ରେ ଶହ ଶହ ଯାନ ଅଟକି ରହିଛି । ଅନ୍ୟପଟେ ରମ୍ଭା ଓ ଛତ୍ରପୁରର ୫ଟି ଅଗ୍ନିଶମ ଗାଡ଼ିକୁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଟ୍ୟାଙ୍କରରେ ୧୮ ମେଟ୍ରିକ୍‌ ଟନ୍‌ ଗ୍ୟାସ ରହିଥିବା କୁହାଯାଇଛି । ଟ୍ୟାଙ୍କରୁ ଗ୍ୟାସ ବାହାର କରାଯିବାକୁ ବିଶାଖପାଟଣା ଏବଂ ପାରାଦୀପରୁ ଟିମ୍‌ ଆସୁଥିବା ଜଣାପଡ଼ିଛି । ଜାତୀୟ ପଥ ସିଲ୍‌ ଯୋଗୁ ଭୁବନେଶ୍ୱର ଓ ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଇ ଯାଏଁ ପ୍ରବଳ ଖରା !

ମଇ ଯାଏଁ ପ୍ରବଳ ଖରା !

Read More...

ଭାରତ ଠାରୁ ଋଣ ନେଲା ଆମେରିକା

ଭାରତ ଠାରୁ ଋଣ ନେଲା ଆମେରିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page