ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ

March 04, 2021, ବିଦେଶ, , Anupambharat News Bureau


ଦୟନୀୟ ପରିସ୍ଥିତିରେ ପରଭେଜ୍‌ ମୁଶାରଫ
Anupambharat News Bureau
March 04, 2021


ଇସ୍‌ଲାମାବାଦ : ପାକିସ୍ତାନ ସୋସିଆଲ ମିଡିଆରେ ଏବେ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁଶରଫଙ୍କ ଫଟୋ ଟ୍ରେଣ୍ଡ କରୁଛି । ମୁଶାରଫଙ୍କ ପାର୍ଟି ଅଲ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ଏପିଏମଏଲ) ପ୍ରଥମେ ତାଙ୍କ ଫଟୋ ସେୟାର କରି ଦେଶବାସୀଙ୍କୁ ତାଙ୍କ ଲାଗି ଆଶୁ ଆରୋଗ୍ୟ କାମନା କରିବାକୁ ନିବେଦନ କରିଥିଲା ।
ତେବେ ଟୁଇଟ୍‌ରେ ଲୋକେ ଗାଳିଗୁଲଜ କରିବାରୁ ପାର୍ଟି ଏବେ ପୋଷ୍ଟ ଡିଲିଟ୍‌ କରିଦେଇଛି । ହେଲେ ମୁଶାରଫଙ୍କ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ ତାଙ୍କ ଟୁଇଟ୍‌ ହ୍ୟାଣ୍ଡଲରେ ପୋଷ୍ଟଟି ସେୟାର କରିଥିବା ବେଳେ ଲୋକେ ଯାହା ଇଛା ତାହା କମେଟ କରୁଛନ୍ତି । ଫଟୋରେ ମୁଶରଫର ଏକ ହ୍ୱିଲ୍‌ ଚେୟାର ଉପରେ ବସିଥିବା ଦେଖାଯାଉଛି । ଅତ୍ୟନ୍ତ ରୁଗ@ ଓ ଦୁର୍ବଳ ଦେଖାଯାଉଛନ୍ତି । ଦୟନୀୟ ପରିସ୍ଥିତିରେ ବି ଲୋକେ ତାଙ୍କ ଉପରେ ନିଜର ରୋଷ ବଖାଣିବାକୁ ଭୁଲୁ ନାହାନ୍ତି । ଲୋକେ ମୁଶର୍ରଫ ପାକିସ୍ତାନକୁ ଆମେରିକା ହାତରେ ବିକି ଦେଇଥିବାର ଅଭିଯୋଗ କରୁଛନ୍ତି । ସେ ଯାହା କରିଛନ୍ତି ଏବେ ତାର ଫଳ ଭୋଗୁଥିବା କମେଣ୍ଟରେ ଲେଖୁଛନ୍ତି । କିଏ ପାକିସ୍ତାନର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କୁ ଧମକାଇବାକୁ ମୁଶର୍ରଫ ଗୁଣ୍ଡା ପଠେଇଥିଲେ ବୋଲି ମନେ ପକାଉଛି ତ କିଏ ଇମ୍ରାନଙ୍କ ପୂର୍ବ ଅଭିଯୋଗ ଉଠାଇଛନ୍ତି । ଏଥିରେ ଜଣେ ୟୁଜର ସେ ଦେଶ ଲାଗି କେବେ ବି ହିରୋ ନଥିଲେ ବୋଲି ଉଲ୍ଲେଖ କରିଥିବା ବେଳେ ଦେଶକୁ ବିଦେଶୀ ସେନା ଡକାଇବା ଓ ଦେଶବାସୀଙ୍କ ଉପରେ ଅତ୍ୟାଚାର କିଏ କରିପାରେ କେବଳ ଜଣେ ଏକଛତ୍ରବାଦୀ ହିଁ ଏପରି କରିପାରେ ବୋଲି ଲେଖିବାକୁ ବି ଭୁଲି ନାହାନ୍ତି । ତେବେ କିଛି ଲୋକେ ତାଙ୍କ ଅବସ୍ଥା ଉପରେ ଆହା କରୁଥିବା ମଧ୍ୟ ଦେଖାଯାଉଛି ।
ବାର୍ଦ୍ଧକ୍ୟରେ ଜୀବନଠୁ ହାରି ଯାଉଥିବା ଲୋକ ପ୍ରତି ଏପରି ମତ ମନ୍ତବ୍ୟ ଆଦୌ ସ୍ପୃହଣୀୟ ନୁହେଁ ବୋଲି ମଧ୍ୟ କେତେକ ଲୋକେ ମନ୍ତବ୍ୟ ଦେଉଛନ୍ତି । ରିଟାୟାର୍ଡ ଜେନେରାଲ ୨୦୦୧ରୁ ୨୦୦୮ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷ ଧରି ଦେଶର ଏକଛତ୍ରବାଦୀ ଶାସକ ଥିଲେ । ତେବେ ମହାଭିଯୋଗରୁ ବର୍ତ୍ତିବା ଲାଗି ସେ ୨୦୦୮ରେ ଇସ୍ତଫା ଦେବା ସହ ଦେଶରେ ନିର୍ବାଚନ କରାଇଥିଲେ । ୧୭ ଡିସେମ୍ବର ୨୦୧୯ରେ ଏକ ସ୍ୱତନ୍ତ୍ର କୋର୍ଟ ରାଜଦ୍ରୋହ ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ କରିଥିବା ବେଳେ ସେ ଦେଶରୁ ଫେରାର ହୋଇଯାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଣି ବଢିଲା ବସ୍‌ ଭଡ଼ା

ପୁଣି ବଢିଲା ବସ୍‌ ଭଡ଼ା

Read More...

ମଙ୍ଗଳ ମିଶନକୁ ଝଟକା

ମଙ୍ଗଳ ମିଶନକୁ ଝଟକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page