ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର

March 04, 2021, ଓଡ଼ିଶା, , Anupambharat News Bureau


ରାଜ୍ୟରେ ପୌର ନିର୍ବାଚନ ଖୁବ୍‌ ଶୀଘ୍ର
Anupambharat News Bureau
March 04, 2021


ଭୁବନେଶ୍ୱର, ୪ା୩(ଅନୁପମ ମିଡ଼ିଆ): ରାଜ୍ୟରେ ଖୁବ୍‌ ଶୀଘ୍ର ପୌର ନିର୍ବାଚନ ହେବେ । ଏ ନେଇ ପ୍ରକ୍ରିୟା ଚାଲିଛି । ଅଦାଲତ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ସୀମିତ ରଖିବାକୁ କହିଛନ୍ତି । ସେତିକି ଭିତରେ କିପରି ହେବ, ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଅପରପକ୍ଷରେ ପୌର ନିର୍ବାଚନ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଛନ୍ତି ଯେ ରାଜ୍ୟରେ ୧୧୬ଟି ପୌର ସଂସ୍ଥା ଅଛି । ୧୧୪ଟି ରେ ନିର୍ବାଚିତ ପ୍ରତିନିଧି ନାହାନ୍ତି । ୨୦୧୮ରେ ହିନ୍ଦୋଳ ଓ ଅତବିରା ଏନଏସି ନିର୍ବାଚନ ହୋଇଛି । ସେମାନଙ୍କ କାର୍ଯ୍ୟକାଳ ୨୦୨୩ରେ ସରିବ । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ରାଜ୍ୟ ସରକାରଙ୍କ । ସେମାନେ ଏହି କାମ ଯେତେ ଶୀଘ୍ର ସାରି ଆମକୁ ଚୂଡାନ୍ତ ରିପୋର୍ଟ ଦେବା ପରେ ଆମେ ଭୋଟର ଲିଷ୍ଟ ପ୍ରସ୍ତୁତ କରି ପୌର ନିର୍ବାଚନ କରିବୁ ବୋଲି ସେ ସୂଚନା ଦେଇଛନ୍ତି । ତେବେ ସରକାର ଜାଣିଶୁଣି ପୌର ନିର୍ବାଚନ ବିଳମ୍ବ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

ଓବିସିଙ୍କୁ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦିଅ;ୁ: ଧର୍ମେନ୍ଦ୍ର

Read More...

ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

ଜାଲ୍‌ କରି ଟିକା ନେଲେ କାର୍ଯ୍ୟାନୁଷ୍ଠାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page