ଶିମିଳିପାଳ ନିଆଁ ଥମୁନି

March 07, 2021, ଓଡ଼ିଶା, , Anupambharat News Bureau


ଶିମିଳିପାଳ ନିଆଁ ଥମୁନି
Anupambharat News Bureau
March 07, 2021


ବାରିପଦା, ୭ା୩(ଅନୁପମ ମିଡ଼ିଆ): ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ଶିମିଳିପାଳ ଜୈବ ମଣ୍ଡଳ ସାଙ୍ଗକୁ ଜିଲ୍ଲାରେ ଥିବା ପ୍ରାୟତଃ ସମସ୍ତ ସଂରକ୍ଷିତ ଜଙ୍ଗଲ ଆଜକୁ ପ୍ରାୟ ୧୨ ଦିନରୁ ଅଧିକ ସମୟ ଧରି ହୁ ହୁ ହୋଇ ଜଳୁଛି । ତେବେ ପିସିସିଏଫ ଶଶୀ ପଲ ଓ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ଯଜ୍ଞଦତ ପତି ନିଆଁକୁ ଲିଭାଇ ଦିଆଯାଉଥିବା ବିଷୟରେ ସୂଚନା ଦେଇଛନ୍ତି । ତେବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିନଥିବା କୁହାଯାଇଛି । ନିଆଁ ଓ ଧୂଆଁ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମଧ୍ୟ ପ୍ରଭାବିତ ହେବାରେ ଲାଗିଥିବା କୁହାଯାଇଛି । ଧୂଆଁର ପ୍ରକୋପ ଭିତରେ ସ୍ଥାନୀୟ ବାସିନ୍ଦା ଅଣ ନିଶ୍ୱାସ ହେବାରେ ଲାଗିଥିବା କୁହାଯାଇଛି । ନିଆଁ ଲିଭାଇବାକୁ ବନ ବିଭାଗର ଉଦ୍ୟମ ଜାରି ରହିଥିବା କୁହାଯାଉଥିଲେ ସୁଦ୍ଧା ଏହାର ପ୍ରକୋପ କମୁନଥିବା ଜଣାପଡ଼ିଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ନିଆଁ ବ୍ୟାପିବାରେ ଲାଗିଛି । ଯାହା ଶିମିଳିପାଳ ଅଭୟାରଣ୍ୟ ପାଇଁ ଆହୁରୀ ବିପଦ ଆଣିବାରେ ଲାଗିଛି । ଅନ୍ୟପକ୍ଷେ ଜଳୁଥିବା ନିଆଁକୁ ଲିଭାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ବାହିନୀ ସାମିଲ ହୋଇଛନ୍ତି ।
ଏ ବିଷୟରେ ଖୋଦ ଜିଲ୍ଲା ଆରକ୍ଷୀ ଅଧିିକ୍ଷକ ସ୍ମିଥ ପି ପରମାର ଟୁଇଟ କରିଛନ୍ତି । ଜିଲ୍ଲାର ବାଙ୍ଗିରିପୋଷି, ବିଶୋଇ ଓ ଶରତ ଆଦି ଥାନା ପୋଲିସ ଏହି ନିଆଁ ଲିଭା କାର୍ଯ୍ୟରେ ଲାଗିଥିବାର ଟୁଇଟରୁ ଜଣାପଡ଼ିଛି । ସେହିପରି ଜିଲ୍ଲା ଆରକ୍ଷୀ ବିଭାଗ ପକ୍ଷରୁ ଏକ ହେଲପ ଲାଇନ ଖୋଲାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ସମ୍ପର୍କରେ ହେଲପ ଲାଇନ ନମ୍ବର ୦୬୭୯୨୨୫୨୩୨୫ ଅଥବା ୧୦୦ ନମ୍ବରକୁ କଲ କରି ସୂଚନା ଦେବା ନିମନ୍ତେ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

ଦଣ୍ଡ ଯାତ୍ରାରେ ଅପେରା ମନା : ପାରମ୍ପରିକ ରୀତିରେ ପାଳନ ଅନୁମତି

Read More...

ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

ଆୟକର ବିଭାଗର ଚଢ଼ଉ ହଜାରେ କୋଟି କଳା ଟଙ୍କା ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page