ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ

March 10, 2021, ଦେଶ, , Anupambharat News Bureau


ନନ୍ଦୀଗ୍ରାମରେ ମମତାଙ୍କୁ ଆକ୍ରମଣ
Anupambharat News Bureau
March 10, 2021


ନୂଆଦିଲ୍ଲୀ,୧୦ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅତ୍ୟନ୍ତ ସରଗରମ ହୋଇଥିବା ବେଳେ ଏହାଠାରୁ ଅଧିକ ସମ୍ବେଦନଶୀଳ ହେବାରେ ଲାଗିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନନ୍ଦୀଗ୍ରାମରେ ୪ରୁ୫ ଜଣ ବ୍ୟକ୍ତି ଆକ୍ରମଣ କରିଥିବା ଘଟଣା ଅଧିକ ରୋଚକ ହେବାରେ ଲାଗିଛି । ଜଣେ ମୁଖ୍ୟମନ୍ତ୍ରୀ କିଭଳି ସୁରକ୍ଷା ଦିଆଯାଇପାରୁଛି ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ନନ୍ଦୀଗ୍ରାମ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେଣୁ ସେ ଆଜି ନିଜର ନାମାଙ୍କନପତ୍ର ଦାଖଲ କରିବା ପାଇଁ ନନ୍ଦୀଗ୍ରାମ ଗସ୍ତ କରିଥିଲେ । ତେବେ ସେ ଅଭିଯୋଗ କରିଛନ୍ତି ଯେ ପୂର୍ବ ଯୋଜନା ଅନୁଯାୟୀ କୌଣସି ପୋଲିସ୍‌ ଅଧିକାରୀ ମମତାଙ୍କ ନିକଟରେ ନଥିବା ବେଳେ ହଠାତ୍‌ ୪ରୁ୫ ଜଣ ବ୍ୟକ୍ତି ଆସି ମମତାଙ୍କୁ ଆକ୍ରମଣ କରିଥିଲେ । ଏକ କାରର ପଛ ସିଟ୍‌ରେ ବସିଥିବା ୬୬ ବର୍ଷ ବୟସ୍କା ମମତାଙ୍କୁ ଆକ୍ରମଣ କରିବା ଯୋଗୁ ସେ ସାମାନ୍ୟ ଆଘାତ ପାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମମତା କହିଛନ୍ତି ଯେ ସେ ନିଜ କାର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ହଠାତ୍‌ ମମତାଙ୍କ ଗୋଡ଼କୁ କୌଣସି ବ୍ୟକ୍ତି ଆକ୍ରମଣ କରିଥିଲେ । ଏହା ନିଶ୍ଚିତ ଏକ ଷଡ଼ଯନ୍ତ୍ର । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଛି ବୋଲି ମମତା କହିଛନ୍ତି । ସେ ଯଦିଓ ନନ୍ଦୀଗ୍ରାମରେ ଆଜି ରାତି କଟାଇବେ ବୋଲି ସ୍ଥିର କରିଥିଲେ ତେବେ ଆକ୍ରମଣ ପରବର୍ତ୍ତୀ ନନ୍ଦୀଗ୍ରାମଠାରୁ ୧୩୦ କିଲୋମିଟର ଦୂର କୋଲକାତା ନଗରୀକୁ ଫେରି ଆସିଥିଲେ । ସୂଚନା ଯେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ପୋଲିସ୍‌ ଡିଜି ବିରେନ୍ଦ୍ରଙ୍କୁ ବଦଳି କରିବା ପରେ ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଆକ୍ରମଣ କରାଯାଇଛି । କାରଣ ପୋଲିସ୍‌ ଡିଜିଙ୍କ ବଦଳିରେ କେନ୍ଦ୍ର ସରକାର ସନ୍ତୁଷ୍ଟ ନଥିବା ମଧ୍ୟ ଜଣାପଡ଼ିଛି । ନିର୍ବାଚନ ଆୟୋଗ ମମତାଙ୍କ ଆକ୍ରମଣ ସମ୍ପର୍କରେ ରିପୋର୍ଟ ମାଗିଥିବା ଜଣାଯାଇଛି । ରାଜ୍ୟ ବିଧାନସଭା ନିର୍ବାଚନ ଅବସରରେ ନନ୍ଦୀଗ୍ରାମ ଅତ୍ୟନ୍ତ ଦୃଷ୍ଟି ଆକର୍ଷଣର କେନ୍ଦ୍ରରେ ରହିଛି ।
ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତୃତ୍ୱ ନେଉଥିବା ଯୋଗୁ ନନ୍ଦୀଗ୍ରାମ ଆସନଟି ମମତାଙ୍କ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ସୂଚନା ଯେ ମମତା ବାନାର୍ଜୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଚାରି ଜଣ ଭାରତୀୟ ପୋଲିସ୍‌ ସେବା (ଆଇପିଏସ୍‌) ଅଧିକାରୀଙ୍କୁ ନିଲମ୍ବିତ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନକର୍ମଚାରୀଙ୍କ ଛୁଟି ବାତିଲ,  ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ

ବନକର୍ମଚାରୀଙ୍କ ଛୁଟି ବାତିଲ, ଅଧିକ ଚାରିଟି ଓଡ୍ରାଫ ଟିମ୍‌ ମୁତୟନ ଅନୁରୋଧ

Read More...

ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

ଜଙ୍ଗଲ ନିଆଁ ନିୟନ୍ତ୍ରଣ: ଟାସ୍କଫୋର୍ସ ଗଠିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page