ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

March 10, 2021, ଦେଶ, , Anupambharat News Bureau


ତୀର୍ଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
Anupambharat News Bureau
March 10, 2021


ନୂଆଦିଲ୍ଲୀ,୧୦ା୩ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ବିଜେପିର ଜଣେ ବରିଷ୍ଠ ନେତା ତୀର୍ଥ ସିଂ ରାୱତ ଶପଥ ଗ୍ରହଣ କରିଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ ଆଜି ରାଜଧାନୀ ନଗରୀ ଡେରାଡୁନ ସ୍ଥିତ ରାଜଭବନରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ତାହାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜିର ଏହି ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଭରାତ ଜନତା ପାର୍ଟି (ବିଜେିପି)ର ବହୁ ସଂଖ୍ୟକ ବରିଷ୍ଠ ନେତା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ରମନ ସିଂ ଯୋଗଦେଇଥିଲେ । ଏହା ବ୍ୟତୀତ ତୀର୍ଥ ସିଂ ରାୱତ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଉତ୍ତରାଖଣ୍ଡ ବିଜେପି ପ୍ରଭାରୀ ଦୁଶ୍ୟାନ୍ତ କୁମାର ମଧ୍ୟ ଉପସ୍ଥିତ ଥିଲେ । ତୁରନ୍ତ କ୍ୟାବିନେଟ ମନ୍ତ୍ରୀମାନଙ୍କ ନାମ ଘୋଷଣା କରାଯିବ ବୋଲି ରମଣ ସିଂ ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡର ଘଡୱାଲ୍‌ ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିବା ଲୋକସଭା ସାଂସଦ ତୀର୍ଥ ସିଂ ରାୱତ୍‌ ଉତ୍ତରାଖଣ୍ଡର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ସେ ଉତ୍ତରାଖଣ୍ଡର ପୂର୍ବତନ ବିଜେପି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ତ୍ରିଭେନ୍ଦ୍ର ସିଂ ରାୱତ୍‌ ହିଁ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ବିଧାୟକ ଦଳିୟ ବୈଠକ ପରବର୍ତ୍ତୀ ଘୋଷଣା କରିଥିଲେ । ଏହା ପରେ ପରେ ତୀର୍ଥ ସିଂ ରାୱତ୍‌ ଦଳର ସମସ୍ତ ବିଧାୟକ ଏବଂ ସାଂସଦମାନଙ୍କୁ ନେଇ ରାଜଭବନ ଗସ୍ତ କରି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଏହା ବ୍ୟତୀତ ନିଜର ସଂଖ୍ୟା ଗରିଷ୍ଠତା ସମ୍ପର୍କରେ ଅବଗତ କରାଇ ସରକାର ଗଠନ ନିମନ୍ତେ ନିଜ ପକ୍ଷରୁ ଦାବି ଉପସ୍ଥାପନା କରିଥିଲେ । ସୂଚନା ଥାଉକି ଉତ୍ତରାଖଣ୍ଡର ୭୦
ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୫୬ ଜଣ ବିଧାୟକ ଶାସକ ବିଜେପିର ସଦସ୍ୟ ଅଛନ୍ତି, ଏଣୁ ସରକାର ଚାଲିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ଏହାପୂର୍ବରୁ ତୀର୍ଥ ସିଂ ୨୦୧୨ ଠାରୁ ୨୦୧୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଚଉବାଟ୍‌ଖାଲ୍‌ ନିର୍ବର୍ାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାଗରରେ ଦୀପ ଜାଳି ପାରିବେ ଭକ୍ତ

ଜାଗରରେ ଦୀପ ଜାଳି ପାରିବେ ଭକ୍ତ

Read More...

ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

ଲୋୟର ଇନ୍ଦ୍ର ପ୍ରକଳ୍ପ ଲୋକାର୍ପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page