ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା

March 11, 2021, ଓଡ଼ିଶା, , Anupambharat News Bureau


ସାତ ଜିଲ୍ଲାରେ କାଳ ବୈଶାଖୀ ସମ୍ଭାବନା
Anupambharat News Bureau
March 11, 2021


ଭୁବନେଶ୍ୱର, ୧୧ା୩(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସାତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ , କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ୱର ଓ ଭଦ୍ରକ । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସମ୍ଭାବ୍ୟ ଘୂର୍ଣ୍ଣିଝଡ ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବା ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ ସୂଚନା ଦେବାକୁ ଏସଆରସି କହିଛନ୍ତି । ଏହା ବ୍ୟତୀତ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

ବିଜେଡ଼ିର ନୂଆ ଷ୍ଟ୍ରାଟେଜି ‘ମହିଳା କାର୍ଡ’

Read More...

ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୧୫ରୁ ନାଗପୁରରେ ସାତଦିନିଆ ଲକ୍‌ଡ଼ାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page