ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା

March 13, 2021, ଦେଶ, , Anupambharat News Bureau


ଟିଏମ୍‌ସିରେ ଯୋଗଦେଲେ ଯଶୋବନ୍ତ ସିହ୍ନା
Anupambharat News Bureau
March 13, 2021


କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି କୋଲକାତା ଟିଏମସି ଭବନରେ ପହଞ୍ଚିଛନ୍ତି । ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବେ ବୋଲି ଖବର ଆସିଥିଲା । ଯଶବନ୍ତଙ୍କ ବହୁ ଦିନ ହେଲା ବିଜେପି ସହ ମନାନ୍ତର ରହିଛି । ସେ ଅନେକ ସମୟରେ ବିଜେପି ବିରୋଧୀ ବୟାନ ମଧ୍ୟ ଦେଇଛନ୍ତି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଟିଏମସି ଭବନରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଯଶବନ୍ତ ସିହ୍ନା କହିଛନ୍ତି ଯେ ତାଙ୍କର ଏହି ନିଷ୍ପତ୍ତିରେ ଜନତା ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ସେ ଦଳ ରାଜନୀତିରୁ ଅଲଗା ହୋଇଯାଇଥିଲେ । କି;ୁ ଆଜି ଦେଶର ମୂଲ୍ୟବୋଧ ସଙ୍କଟରେ ଅଛି ଏବଂ ତାର ଅନୁପାଳନ ହେଉନି । ଗଣତନ୍ତ୍ରର ଶକ୍ତି ଆମ ସଂସ୍ଥାରେ ନିହିତ । କି;ୁ ଆଜି ସଂସ୍ଥା ଦୁର୍ବଳ ହୋଇପଡିଛି । ଏଥିରେ ଦେଶର ନ୍ୟାୟପାଳିକା ମଧ୍ୟ ସାମିଲ ଅଛନ୍ତି । ଏହି ଅବସରରେ ଡରେକ୍‌ ଓ ବ୍ରାୟନ୍‌, ସୂଦୀପ ବନ୍ଦୋପାଧ୍ୟାୟ ଓ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ । ଯଶବନ୍ତ ସିହ୍ନା ଟିଏମସିରେ ସାମିଲ ହେବାପରେ ସୁବ୍ରତ ମୁଖାର୍ଜୀ ପ୍ରସନ୍ନତା ଜାହିର କରିଛନ୍ତି । ମମତାଙ୍କ ଉପରେ ହମଲା ହୋଇନଥିଲେ ସେ ବି ଆଜି ଏଠାରେ ଉପସ୍ଥିତ ହୋଇଥାନ୍ତେ ବୋଲି ସେ କହିଛନ୍ତି । ସୂଦୀପ ବନ୍ଦୋପାଧ୍ୟାୟ କହିଛନ୍ତି, ଟିଏମସିରେ ସାମିଲ ହେବା ପୂର୍ବରୁ ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଭବନକୁ ଯାଇଥିଲେ । ଉଲ୍ଲେଖଥାଉକି, କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାକୁ ଯାଇଥିବା ବେଳେ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେବାର ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍‌ପିଟାଲ୍‌ରୁ ମୁକ୍ତ କରାଯାଇଛି । ସୂଚନା ରହିଛି ଯେ ଯେହେତୁ ମମତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି, ସେ ପୁଣି ଥରେ ୧୫ ତାରିଖରୁ ନିର୍ବାଚନ ପ୍ରଚାର ମେଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ୟା’ ମଧ୍ୟରେ ବରିଷ୍ଠ ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ମମତାଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରେ ଯୋଗ ଦେଇ ସାରିଛନ୍ତି । ସେ ଟିଏମ୍‌ସିରେ ଯୋଗ ଦେଇ କହିଛନ୍ତି କି ଦେଶ ଏବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, ଯାହାକି ତାଙ୍କୁ ରାଜନୀତିକୁ ଫେରିବା ପାଇଁ ପୁଣି ଥରେ ପ୍ରେରିତ କରିଛି । ଶ୍ରୀ ସିହ୍ନା ୨୦୧୮ ମସିହାରେ ବିଜେପିରୁ ଇସ୍ତଫା ଦେଇଥିଲେ । ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ବିଧାନସଭା ନିର୍ବାଚନ ଲାଗି ପ୍ରଚାର କରିବାକୁ ଯାଇଥିବା ବେଳେ ଆହତ ହୋଇଥିଲେ ।
ବୁଧବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିବା ବେଳେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଗୋଡ଼କୁ କେହି ଦଳି ଦେଇଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ ଯେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଛନ୍ତି । ହେଲେ ଏହାକୁ ଡରି ନ ଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ । ଏଥର ସେ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବେ । ତାଙ୍କୁ ସେଠାରୁ ଟMର ଦେବେ ପୂର୍ବତନ ଟିଏମ୍ସି ନେତା ତଥା ବର୍ତ୍ତମାନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ପୂର୍ବରୁ ନନ୍ଦୀଗ୍ରାମରୁ ଲି ବିଜୟୀ ହୋଇ ସାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

ସଚିନଙ୍କ ନାର୍କୋ ଟେଷ୍ଟ କରାଯାଉ: ବିଜେପି

Read More...

ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

ଶତାବ୍ଦୀ ଏକ୍ସପ୍ରେସ୍‌ରେ ଭୟଙ୍କର ନିଆଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page