ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

May 22, 2019, ଦେଶ, , Anupambharat News Bureau


ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା
Anupambharat News Bureau
May 22, 2019

ନୂଆଦିଲ୍ଲୀ, ୨୧ା୫: ଅରୁଣାଚଳ ପ୍ରଦେଶର ତିରାପ୍‌ ଜିଲ୍ଳାରେ ଆଜି ଏକ ବଡ଼ଧରଣର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତିରାପ୍‌ ଜିଲ୍ଲାରେ ବଗାପାଣି ଠାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବିଧାୟକ ଓ ତାହାଙ୍କ ପୁତ୍ର ତଥା ନ୍ୟାସନାଲ୍‌ ପିପୁଲ୍ସ ପାର୍ଟି (ଏନ୍‌ପିପି)ର ପ୍ରାର୍ଥୀଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି ।
ନାଗା ଉଗ୍ରପନ୍ଥୀ ଗୋଷ୍ଠୀର ସନ୍ଦିU ସଦସ୍ୟମାନେ ୧୧ଜଣ ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ନାଗାଲାଣ୍ଡର ନ୍ୟାସନାଲ୍‌ ସୋସିଆଲିଷ୍ଟ କାଉନସିଲ୍‌ର ଏକ ଅସନ୍ତୁଷ୍ଟ ବେଆଇନ ସଂଗଠନ ଆଇଜାକ୍‌ ମୁଇଭାର ସନ୍ଦିU ସଦସ୍ୟମାନେ ଏନ୍‌ପିପି ପ୍ରାର୍ଥୀ ତିରଙ୍ଗ୍‌ ଆଭୋ ଓ ତାହାଙ୍କ ପରିବାରକୁ ଅତକ୍ରିତ ଗୁଳି ମାଡ଼ କରି ହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ତାହାଙ୍କ ପୁତ୍ର ମଧ୍ୟ ସଂପୃକ୍ତ ଅଛନ୍ତି । ସୂଚନା ଯେ ଅରୁଣାଚଳ ପ୍ରଦେଶର ବିଧାୟକ ଥିବା ତିରଙ୍ଗ୍‌ଙ୍କୁ ଖୋନ୍‌ସା ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି । ସେ ୨୦୧୪ରେ ଜିତିଥିବା ଯୋଗୁଁ ପୁଣି ଥରେ ତାହାଙ୍କୁ ଦଳୀୟ ଟିକେଟ୍‌ ଦିଆଯାଇଥିଲା । ଏଥିପାଇଁ ଏପି୍ରଲ୍‌ ୨୧ ତାରିଖରେ ଭୋଟ ମଧ୍ୟ ସରିଛି । ଅନ୍ୟ ୧୦ ଜଣଙ୍କ ସହିତ ବିଧାୟକ ତିରଙ୍ଗ୍‌ ଆଭୁଙ୍କୁ ମୃତୁ୍ୟ ଘଟିଛି ବୋଲି ତିରାପ୍‌ ଜିଲ୍ଲା ପୋଲିସ ଡେପୁ୍ୟଟି କମିଶନର ସୂଚନା ଦେଇଛନ୍ତି । ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଗୃହ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ମେଘାଳୟର ମୁଖ୍ୟମନ୍ତ୍ରୀ କନୋରାଡ଼ କେ ସାଙ୍ଗ୍‌ମା ମଧ୍ୟ ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଉତ୍ତର ପୂର୍ବଭାଗରେ ଅସ୍ଥିରତା ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିଭିନ୍ନ ବେଆଇନ ସଂଗଠନ ଗୁଡ଼ିକ ଉଦ୍ୟମ ଚଳାଇଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମୃତଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରି ନିଜ ପ୍ରତିକି୍ରୟାରେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ

ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

Read More...

କମିଲା ପାସ୍‌ ହାର

କମିଲା ପାସ୍‌ ହାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page