ମୋ ଜୀବନ ପ୍ରତି ବିପଦ ଅଛି: ମମତା

March 17, 2021, ଦେଶ, , Anupambharat News Bureau


ମୋ ଜୀବନ ପ୍ରତି ବିପଦ ଅଛି: ମମତା
Anupambharat News Bureau
March 17, 2021


କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଯେନ ତେନ ପ୍ରକାରେଣ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯୋଜନା ଚାଲିଛି । ନିଜ ଶାସନ ଗାଦି ବଞ୍ଚାଇବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ବିଜେପିକୁ ଜୋରଦାର ଟାର୍ଗେଟ କରୁଛନ୍ତି ।
କେବଳ ବିଜେପି ନୁହେଁ ସେ ସିପିଆଇ ଉପରେ ଆଣିଛନ୍ତି ସଂଘାତିକ ଅଭିଯୋଗ । ବୁଧବାର ସିପିଏମ ଏବଂ ବିଜେପି ଉପରେ ଅଭିଯୋଗ ଆଣି ମମତା କହିଛନ୍ତି, ମୋ ଜୀବନ ପ୍ରତି ବିପଦ ଅଛି । ‘ମୋ ଜୀବନରେ ମୁଁ ଅନେକ ଥର ମାଡ଼ ଖାଇଛି । ପ୍ରଥମେ ସିପିଏମ ମୋତେ ମାଡ଼ ମାରୁଥିଲା ଏବେ ବିଜେପି ମଧ୍ୟ ସେମିତି କରିବା ଆରମ୍ଭ କରିଛି । ସିପିଏମ ନେତା ଏବେ ବିଜେପିରେ ସାମିଲ ହୋଇଗଲେଣି । ଏହାରି ଭିତରେ ଅନେକ ଷଡ଼ଯନ୍ତ୍ରକାରୀ ଏବଂ ଲୋଭୀ ଲୋକ ବିଜେପିରେ ମିଶିଛନ୍ତି ।’
ନିକଟରେ ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିବା ବେଳେ ଏହାକୁ ଆକ୍ରମଣର ରଙ୍ଗ ଦେଇଥିଲେ । ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମମତାଙ୍କ ଆକ୍ରମଣ ଅଭିଯୋଗକୁ ପରିବର୍ତ୍ତୀ ସମୟରେ ନିର୍ବାଚନ ଆୟୋଗ ମଧ୍ୟ ଖଣ୍ଡନ କରିଥିଲେ । ନନ୍ଦିଗ୍ରାମ ଘଟଣାକୁ ନେଇ ବହୁ ଆରୋପ ପ୍ରତ୍ୟାରୋପ ହୋଇଥିଲା । ବେଙ୍ଗଲ ରାଜନୀତରେ ଆହତ ପଲିଟିକ୍ସ ଜୋର ଚାଲିଥିଲା । ଏହା ପୂର୍ବରୁ ମଙ୍ଗଳବାର ଦିନ ନିର୍ବାଚନୀ ରାଲିରେ ମମତା କହିଥିଲେ, ନିର୍ବାଚନ ଆୟୋଗଙ୍କ ନିତି ଦିନିଆ କାର୍ଯ୍ୟସୂଚୀରେ ହସ୍ତକ୍ଷେପ କରୁଛନ୍ତି ଅମିତ ଶାହାଛ ଏହାକୁ ନେଇ ଦିଦି ପ୍ରଶ୍ନ କରିଥିଲେ, ଗୃହମନ୍ତ୍ରୀ କଣ ଦେଶ ଚଳାଇବେ ନା ଧାର୍ଯ୍ୟ କରିବେ କାହାକୁ ଗିରଫ କରାଯିବ । ଶାହା କଣ ନିଷ୍ପତ୍ତି ନେବେ ଏଜେନ୍ସି କାହା ପିଛା କରିବ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ମମତା । ବାଙ୍କୁରାରେ ଆୟୋଜିତ ରାଲିରେ ଦୁର୍ଗା ପାଠ କରିଛନ୍ତି ମମତା ବାନାର୍ଜୀ । ଏହି ସମୟରେ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।
କରୋନା ଏବଂ ଅମ୍ଫାନ ବାତ୍ୟା ସମୟରେ ବେଙ୍ଗଲକୁ ସହାୟତା କରିନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି । ବେଙ୍ଗଲରେ ବାହାର ଗୁଣ୍ଡାକୁ ନିର୍ବାଚନ ଲଢ଼ିବାକୁ ଦେବା ନାହିଁ । ବିଜେପି ବାହୁବଳ ସାହାଯ୍ୟରେ ବେଙ୍ଗଲ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଥିବା ମଧ୍ୟ ମମତା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ,  ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ

ଆଉ ଲକଡ଼ାଉନ୍‌ ସ୍ଥିତିକୁ ଫେରିବାନି: ନବୀନ, ଥ୍ରୀଟି ଉପରେ ମୋଦିଙ୍କ ଗୁରୁତ୍ୱ

Read More...

୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page