ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ

March 23, 2021, ଦେଶ, , Anupambharat News Bureau


ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି ସମସ୍ତ ଦଳ
Anupambharat News Bureau
March 23, 2021


କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ମାହୋଲ ସରଗରମ । ଡୋର ଟୁ ଡୋର କ୍ୟାମ୍ପେନିଂରେ ଲାଗିପଡିଛନ୍ତି ପ୍ରାୟ ସମସ୍ତ ଦଳ । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଏବଂ ପ୍ରମୁଖ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡା ଟMର ଜାରି ରହିଛି । ଏହାରି ମଧ୍ୟରେ ମଙ୍ଗଳବାର ବେଙ୍ଗଲର ଗୋସାବାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି ବିଜେପି ହେଭିେୱଟ୍‌ ଅମିତ ଶାହା । ଭାଷଣ ଆରମ୍ଭରୁ ଶହୀଦ ଭଗତ ସିଂ, ଜୟୀ ରାଜଗୁରୁ ଏବଂ ଶୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଶାହା । ବେଙ୍ଗଲବାସୀଙ୍କୁ ସମ୍ବୋଧିତ କରି ଶାହା ପୁଣି ଥରେ ଦିଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଟିଏମସି ଦଳ ତଥା ବେଙ୍ଗଲ ଏବେ ଭ୍ରଷ୍ଟାଚାର ଏବଂ ଦୁର୍ନୀତିରେ ଡୁବି ରହିଛି । ପିଇବା ପାଣିର ସମସ୍ୟା ଦୀର୍ଘ ଦିନ ଧରି ଲାଗିରହିଥିଲେ ସୁଦ୍ଧା କ୍ଷମତାରେ ଥିବା ସରକାର ଏଥିପ୍ରତି କର୍ଣ୍ଣପାତ ମଧ୍ୟ କରୁନାହିଁ ବୋଲି ଶାହା କହିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ମାତ୍ର ୨ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ପିଇବା ପାଣି ସମସ୍ୟା ଦୂର ହେବ ବୋଲି ଅମିତ ଶାହା କହିଛନ୍ତି । ବାତ୍ୟା ଅମ୍ଫାନ୍‌ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସହାୟତା ରାଶିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଅମିତ ଶାହା । ସେ କହିଛନ୍ତି, ଅମ୍ଫାନ୍‌ ସମୟରେ କେନ୍ଦ୍ର ପକ୍ଷରୁ ୧୦ ହଜାର କୋଟି ଟଙ୍କାର ସହାୟତା ରାଶି ଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା

୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ଏପ୍ରିଲ ପହିଲାରୁ ଟିକା

Read More...

କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ

କାନ୍ଥ ଭୂଷୁଡି ୪ ମୃତ, ୨ ଗୁରୁତର ମାଟି ତଳେ ଦବି ରହିଛନ୍ତି ଅନେକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page