ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ

March 23, 2021, ଦେଶ, , Anupambharat News Bureau


ବସ୍‌ ଉଡ଼ାଇଲେ ମାଓବାଦୀ ପାଞ୍ଚ ଯବାନ ସହିଦ
Anupambharat News Bureau
March 23, 2021


ରାୟପୁର,୨୩ା୩: ଛତିଶଗଡର ଭୟଙ୍କର ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ ନାରାୟଣପୁର ଜିଲ୍ଲାରେ ମାଓବାଦୀମାନେ ଆଜି ଏକ ବସ୍‌ଟିକୁ ବିସ୍ପୋରଣ ଘଟାଇ ଉଡ଼ାଇ ଦେଇଛନ୍ତି । ଏଥିରେ ଜଣେ ପୋଲିସ କନ୍‌ଷ୍ଟେବଳ ଡ୍ରାଇଭରଙ୍କ ସମେତ ପାଞ୍ଚ ଜଣ ଯବାନ ସହିଦ ହୋଇଯାଇଥିବା ଜଣାଯାଇଛି । ଜିଲ୍ଲା ରିଜର୍ଭ ଗାଡ୍‌ (ଡିଆର୍‌ଜି)ର ୪ ଜଣ ସୁରକ୍ଷା କର୍ମୀ ଓ ଉକ୍ତ ଡ୍ରାଇଭର ଯେଉଁ ବସ୍‌ରେ ଯାତ୍ରା କରୁଥିଲେ,ସେହି ବସ୍‌ଟିକୁ ପୂର୍ବରୁ ଯୋଜନାବଦ୍ଧ ଭାବେ ମାଓବାଦୀମାନେ ଅତି ଶକ୍ତିଶାଳି ଇମ୍‌ପ୍ରୋଭାଇଜ୍‌ଡ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ସଂଯୋଗ କରି ବସ୍‌ଟିକୁ ଉଡ଼ାଇ ଦେଇଛନ୍ତି । ଏକ କଲ୍‌ଭର୍ଟ ପୋଲକୁ ଅତିକ୍ରମ କରୁଥିବା ବେଳେ ଏହି ବିସ୍ପୋରଣ ଘଟିଛି । ଚଳିତ ବର୍ଷ ଏହା ହିଁ ଅତ୍ୟନ୍ତ ଶକ୍ତିଶାଳୀ ମାଓବାଦୀଙ୍କ ଆକ୍ରମଣ ବୋଲି କୁହାଯାଇଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି । ମୃତକଙ୍କ ପରିବାର ଉଦ୍ଦେଶ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ନକ୍ସଲ ବିରୋଧରେ ସୁରକ୍ଷାବଳଙ୍କ ଦ୍ୱାରା ଯେଉଁ ମାଓଦମନ ଅଭିଯାନ ଜାରି ରହିଛି, ଏହି ଘଟଣାକୁ ନେଇ ମାଓବାଦୀମାନେ ନୈରାଶ୍ୟ ଭାବେ ହିଂସାକାଣ୍ଡ ଘଟାଇଛନ୍ତି
ବୋଲି ସେ ଟୁଇଟ୍‌ କରି ମନ୍ତବ୍ୟ ଦେଇଛନ୍ତି । ସୂଚନା ଥାଉକି ପ୍ରାୟ ୪୦ ଜଣ ଯବାନଙ୍କୁ ନେଇ ବସ୍‌ଟି ନକ୍ସଲ ବିରୋଧି ଅପରେସନ ଚଳାଇ ଆବୁଝାମାଦ ଜଙ୍ଗଲରୁ ଫେରିବା ବେଳେ ବାଟରେ ନକ୍ସଲମାନେ ଉକ୍ତ ବସ୍‌ଟିକୁ ଟାର୍ଗେଟ କରିଥିଲେ । ପୋଲିସ ଆରକ୍ଷୀ ଅଧିକ୍ଷକ ମୋହିତ ଗାର୍ଗ କହିଛନ୍ତି ଯେ, କାଡେନାର ଅଞ୍ଚଳର ଏକ କଲଭର୍ଟ ନିକଟରେ ସନ୍ଧ୍ୟା ୪ଟା ବେଳେ ଏହି ଆକ୍ରମଣ ଘଟି ଯାଇଛି । କେତେକ ଆହତ ଯବାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର

ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର

Read More...

ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ବିଜେଡ଼ି-ବିଜେପିର ଫୋକସ୍‌ରେ ପଶ୍ଚିମ ଓଡ଼ିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page