ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ

March 24, 2021, ଦେଶ, , Anupambharat News Bureau


ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ
Anupambharat News Bureau
March 24, 2021


ଭିଲବାଡା: ରାଜସ୍ଥାନ ଭିଲବାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା । ଫଳରେ ଗୋଟିଏ ପରେ ଗୋଟିଏ ସିଲିଣ୍ଡର ବିସ୍ପୋରଣ ହୋଇଥିଲା । ସିଲିଣ୍ଡର ବିସ୍ପୋରଣ ଯୋଗୁଁ ଭୀଷଣ ଶବ୍ଦ ହୋଇଥିଲା ଯାହା ଆଖପାଖ ଅଞ୍ଚଳକୁ ଥରାଇ ଦେଇଥିଲା ।ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଭିଲବାଡା ପୋଲିସ ଅଧିକ୍ଷକ ବିକାଶ ଶର୍ମା କହିଛନ୍ତି ଯେ ଜୟପୁରରୁ ୪୦୦ରୁ ଅଧିକ ଘରୋଇ ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକ ୫୨ ନମ୍ବର ଜାତୀୟ ରାଜପଥ ଦେଇ କୋଟା ଯାଉଥିଲା । ବିଳମ୍ବିତ ରାତିରେ ଟିକଡ଼ ଗାଁ ନିକଟରେ ଏକ ଟର୍ଣ୍ଣିଙ୍ଗରେ ଟ୍ରକ ଡିଭାଇଡର ସହ ଧMା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ସେତେବେଳେ ଗାଁରେ ବର୍ଷା ହେଉଥିଲା ଓ ବଜ୍ରପାତ ମଧ୍ୟ ହେଉଥିଲା । ବଜ୍ରପାତ ଯୋଗୁଁ ଟ୍ରକରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରକରେ ଦୁଇଟି କାରଣ ଯୋଗୁଁ ନିଆଁ ଲାଗିଥିବା ବୋଲି ସନ୍ଦେହ କରାଯାଉଛି । ସମ୍ଭବତଃ ଦୁର୍ଘଟଣା ଯୋଗୁଁ ନିଆଁ ଲାଗିଥିବ ଅଥବା ବଜ୍ରପାତ ଯୋଗୁଁ ସିଲିଣ୍ଡରରେ ନିଆଁ ଲାଗିଥାଇପାରେ ବୋଲି ପୋଲିସ କହିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଦୁର୍ଘଟଣାସ୍ଥଳରୁ ଟିକଡ଼ ଗାଁ ମାତ୍ର ୨୦୦ ମିଟର ଦୂରଛ ନିଆଁ ଓ ଧୂଆଁ କିଛି କିଲୋମିଟର ଯାଏଁ ଦୃଶ୍ୟମାନ ଥିଲା । ସିଲିଣ୍ଡରରେ ହୋଇଥିବା ବିସ୍ପୋରଣ ଶବ୍ଦ ମଧ୍ୟ ଅଭୁ ଦୂର ଯାଏଁ ଶୁଭାଯାଉଥିଲା । ରାଜସ୍ଥାନ ଅଞ୍ଚଳରେ ମଙ୍ଗଳବାର ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଛି । ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏକ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ

ଅସଦାଚରଣ ଯୋଗୁଁ ଫାଶୀରେ ଝୁଲିଲେ ମା’ ଝିଅ

Read More...

ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି

ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page