ୟୁରୋପ ମହାଦେଶର ପୋଲାଣ୍ଡ ରାଷ୍ଟ୍ରରେ କୋଭିଡ଼-୧୯ କରୋନା ଭୂତାଣୁର ତୃତୀୟ େୱଭ୍ ଦେଶରେ ପୁଣି ସଂକ୍ରମଣ ହେଉଥିବା ପୋଲଣ୍ଡ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଆଗାମୀ ସପ୍ତାହ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ଦେଶବାସୀ ଅତ୍ୟନ୍ତ ସତର୍କତା ସହ ରହିବାକୁ ପୋଲାଣ୍ଡ ସରକାର ପରାମର୍ଶ ଦେଇଛନ୍ତି । ପୋଲାଣ୍ଡ ସରକାର ଦେଶବ୍ୟାପୀ ଆଂଶିକ ଭାବରେ ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି । ଦେଶରେ ଦୁଇ ବିଲିୟନରୁ ଉର୍ଦ୍ଧ୍ୱ ଲୋକ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଅତି କମ୍ରେ ଦୁଇ ସପ୍ତାହ ମଧ୍ୟରେ ଏହି ମହାମାରୀ ହ୍ରାସ କରିବା ପାଇଁ ଦେଶରେ କଡ଼ା କଟକଣା ଜାରି କରାଯାଇଛି । ହୋଟେଲ, ସପିଂମଲ୍, ସୁଇମିଂପୁଲ ପ୍ରଭୃତି ପୋଲାଣ୍ଡରେ ବନ୍ଦ ଘୋଷଣା କରାଯାଇଛି । ଏହା ପୂର୍ବରୁ ଇଂଲଣ୍ଡରେ ମଧ୍ୟ କରୋନାର ରୂପାନ୍ତରିତ ବା ଷ୍ଟ୍ରେନ୍ କରୋନା ସଂକ୍ରମଣ ଯୋଗୁଁ ବହୁ ଲୋକଙ୍କ ମୃତୁ୍ୟ ଘଟିଥିଲା ।