ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ

March 26, 2021, ବିଦେଶ, , Anupambharat News Bureau


ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ
Anupambharat News Bureau
March 26, 2021


ଗାନ୍ଧୀନଗର: ଭାରତ-ପାକିସ୍ତାନ ସୀମାକୁ ଲିଗାଥିବା ସମୁଦ୍ରକୁ ମାଛ ମାରିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ୩୪୫ ଜଣ ମତ୍ସ୍ୟଜୀବୀ । ସେମାନଙ୍କୁ ପଡ଼ୋଶୀ ପାକିସ୍ତାନ ଜେଲ୍‌ରେ ବନ୍ଦୀ କରି ରଖିଥିବା ଜଣାପଡ଼ିଛି ।
ଡିସେମ୍ବର ୨୦୨୦ ସୁଦ୍ଧା ସମୁଦାୟ ୩୪୫ ଜଣ ଏହି ଜେଲ୍ରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଗତ ଦୁଇ ବର୍ଷ ମଧ୍ୟରେ ୨୪୮ ଜଣଙ୍କୁ ପାକିସ୍ତାନ ଅଥୋରିଟି ଦ୍ୱାରା ଗିରଫ କରାଯାଇଛି । ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୬୩ ଜଣ ଗୋଟିଏ ବର୍ଷରୁ ଅଧିକ ସମୟ ଏହି ଜେଲ୍‌ରେ ରହିଥିବା ବେଳେ ୨୧ ଜଣ ୩ ବର୍ଷରୁ ଅଧିକ ସମୟ ଏବଂ ଜଣେ ୫ ବର୍ଷରୁ ଅଧିକ ସମୟ ପାକିସ୍ତାନ ଜେଲ୍‌ରେ ରହିଥିବା ଜଣାପଡ଼ିଛି । ଗୁଜୁରାଟ ସରକାର ରାଜ୍ୟ ବିଧାନସଭାକୁ ଏନେଇ ସୂଚନା ଦେଇଛନ୍ତି । ବିଧାନସଭାରେ ପୂର୍ବରୁ କଂଗ୍ରେସ୍ର ଦୁଇ ବିଧାୟକ ଶୈଳେଶ ପରମାର ଏବଂ ଆମ୍‌ୱାରିସ୍‌ ଡେର୍‌ ଲିଖିତ ଆକାରରେ ଏହାର ଉତ୍ତର ଦେବା ପାଇଁ ସରକାରଙ୍କୁ ଜଣାଇଥିଲେ । ଏହାର ଉତ୍ତରରେ ସରକାରଙ୍କ ମତ୍ସ୍ୟ ବିଭାଗ ମନ୍ତ୍ରୀ ଏପରି ଜଣାଇଛନ୍ତି । ସରକାର ମାଛ ମରାଯାଉଥିବା ବୋଟରେ ଜିପିଏସ୍‌ ସିଷ୍ଟମର ସଂଯୋଗ କରିବା ଯୋଗୁଁ ଗୁଜୁରାଟର ମତ୍ସ୍ୟଜୀବୀ ବିଭିନ୍ନ ସମୟରେ ପାକିସ୍ତାନର ସାମୁଦ୍ରିକ ସୀମା ଅତିକ୍ରମ କରୁଥିବାରୁ ପାକିସ୍ତାନ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ ହେଉଥିବା ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରାଜ୍ୟରେ ବଢ଼ିଛି ଚୋରି

ରାଜ୍ୟରେ ବଢ଼ିଛି ଚୋରି

Read More...

ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା:  ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା: ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page