ୟୁନିଟ୍‌ ପିଛା ୩୦ ପଇସା ବଢିଲା ବିଦୁ୍ୟତ୍‌ ଦର

March 27, 2021, ଓଡ଼ିଶା, , Anupambharat News Bureau


ୟୁନିଟ୍‌ ପିଛା ୩୦ ପଇସା ବଢିଲା ବିଦୁ୍ୟତ୍‌ ଦର
Anupambharat News Bureau
March 27, 2021


ଭୁବନେଶ୍ୱର, ୨୭ା୩(ଅନୁପମ ମିଡ଼ିଆ): ରାଜ୍ୟରେ ପୁଣି ବଢିଛି ବିଦୁ୍ୟତ୍‌ ଦର । ବିଦୁ୍ୟତ୍‌ ତାରିଫ୍‌ ବୃଦ୍ଧିକୁ ଓଡିଶା ବିଦୁ୍ୟତ୍‌ ନିୟାମକ ଆୟୋଗ (ଓଇଆରସି) ମଞ୍ଜୁରୀ ଦେଇଛନ୍ତି । ୟୁନିଟ୍‌ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । କରୋନା ମହାମାରୀ ସାଧାରଣ ଜନତାଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ବର୍ତ୍ତମାନ ବିଦୁ୍ୟତ୍‌ ଦର ବୃଦ୍ଧିର ବୋଝ ପଡ଼ିବାକୁ ଯାଉଛି । ଏଣିକି ବିଦୁ୍ୟତ୍‌ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍‌ ପିଛା ଦର ୩ ଟଙ୍କା , ୫୧ରୁ ୧୦୦ ୟୁନିଟ୍‌ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍‌ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍‌ ପିଛା ୬.୨୦ ଟଙ୍କା ଅଧିକ ଦେବାକୁ ହେବ । ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଇଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ୍‌ ଦର ଅପରିବର୍ତ୍ତିତ ରହିଛି ।
ସେହିପରି ମିଟର ରେଂଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି । ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ । ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ । ପ୍ରକାଶ ଥାଉକି ପୂର୍ବରୁ ଅକେଫାବର ମାସରେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଥିଲା । ତେବେ ବିଜୁଳି ଦର ବଢିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି । ରାଜ୍ୟ ବିଦୁ୍ୟତ୍‌ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକେଫାବର ମାସରେ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ ଖରା ସମୟରେ ବିଜୁଳି ଦର ୩୦ ପଇସା ବୃଦ୍ଧି କରିବା ଅର୍ଥାତ୍‌ ୭ ମାସ ମଧ୍ୟରେ ବିଜୁଳି ଦର ୟୁନିଟ୍‌ ପିଛା ୫୦ ପଇସା ବୃଦ୍ଧି କରିବା ଓଡିଶାବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡା ହେବା ସଦୃଶ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ରାଜ୍ୟ ବିଦୁ୍ୟତ ନିୟାମକ ଆୟୋଗ ତୁରନ୍ତ ଏହି ନିଷ୍ପତ୍ତିି ପ୍ରତ୍ୟାହାର କର;ୁ । ଏପରି ନହେଲେ ବିଜେପି ଦଳ ଲୋକଙ୍କ ସ୍ୱାର୍ଥ ପାଇଁ ରାସ୍ତାକୁ ଓହ୍ଲାଇବ । ବିଧାନସଭାରେ ବି ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ କହିଛନ୍ତି । ୟୁନିଟ୍‌ ପିଛା ବିଦୁ୍ୟତ୍‌ ଶୁÂ ୩୦ ପଇସା ବୃଦ୍ଧି କରିଛି । ୬ ମାସ ପୂର୍ବରୁ ଓଇଆରସି ବିଜୁଳି ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରିଥିଲେ । ଗୋଟିଏ ଆର୍ଥିକ ବର୍ଷରେ ଓଡ଼ିଶାରେ ବିଜୁଳି କମ୍ପାନୀମାନଙ୍କର ଶୋଷଣ ଯୋଗୁଁ ୮୭ଲକ୍ଷ ଖାଉଟିଙ୍କୁ ୟୁନିଟ୍‌ ପିଛା ୫୦ ପଇସା ବିଦୁ୍ୟତ୍‌ ଶୁÂ ବୃଦ୍ଧିର ବୋଝ ବୋହିବାକୁ ପଡ଼ୁଛି । ଏହାର ପ୍ରତିବାଦରେ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶନିବାର ସନ୍ଧ୍ୟାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଏହି ବର୍ଦ୍ଧିତ ଶୁÂକୁ ପ୍ରତ୍ୟାହାର କରାନଗଲେ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ତୀବ୍ରତର ହେବ ବୋଲି ବେହେରା ଚେତାବନୀ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ପଶ୍ଚିମବଙ୍ଗରେ ୮୦, ଆସାମରେ ୭୩% ଭୋଟ

ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ପଶ୍ଚିମବଙ୍ଗରେ ୮୦, ଆସାମରେ ୭୩% ଭୋଟ

Read More...

ଟାଟା ମୋଟର୍ସ ଏସ୍‌ବିଆଇ ସହିତ ତିନି ବର୍ଷର ଏମ୍‌ଓୟୁ ସ୍ୱାକ୍ଷର କଲା

ଟାଟା ମୋଟର୍ସ ଏସ୍‌ବିଆଇ ସହିତ ତିନି ବର୍ଷର ଏମ୍‌ଓୟୁ ସ୍ୱାକ୍ଷର କଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page