ଶରଦ ପାୱାର ଅସୁସ୍ଥ

March 30, 2021, ଦେଶ, , Anupambharat News Bureau


ଶରଦ ପାୱାର ଅସୁସ୍ଥ
Anupambharat News Bureau
March 30, 2021


ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର ଅସୁସ୍ଥ । ହଠାତ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏ ନେଇ ସୂଚନା ଦେଇଛନ୍ତି । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଉଛି । ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍‌ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସୂଚନା ଦେଇ ନବାବ ମଲିକ କହିଛନ୍ତି ଯେ, ଯାଞ୍ଚ ସମୟରେ ତାଙ୍କ ଗଲ୍‌ ବ୍ଲାଡରରେ କିଛି ସମସ୍ୟା ଥିବା ଜଣାପଡିଛି । ଶରଦ ପାୱାର ରକ୍ତ ପତଳା କରିବାକୁ ଔଷଧ ସେବନ କରୁଥିଲେ । କି;ୁ ଡାକ୍ତରଖାନା ତରଫରୁ ପରାମର୍ଶ ପରେ ଏହି ଔଷଧକୁ ବନ୍ଦ କରାଯାଇଥିଲା । ତାଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି । ଏଣ୍ଡୋସ୍କୋପି ଏବଂ ଅସ୍ତ୍ରୋପଚାର ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

ନନ୍ଦିଗ୍ରାମରେ ଭୋଟ୍‌ ମାଗିଲେ ମମତା

Read More...

ଆହୁରି କଠିନ ହେବ ଡ୍ରାଇଭିଂ ଲାଇସେନ୍ସ

ଆହୁରି କଠିନ ହେବ ଡ୍ରାଇଭିଂ ଲାଇସେନ୍ସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page