ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ

March 31, 2021, ଓଡ଼ିଶା, , Anupambharat News Bureau


ବିଦୁ୍ୟତ୍‌ ଦର ବୃଦ୍ଧି ତାତି : ପୁନର୍ବିଚାର ପାଇଁ ଚିଠି ଲେଖିବେ ସରକାର: ଶକ୍ତିମନ୍ତ୍ରୀ
Anupambharat News Bureau
March 31, 2021


ଭୁବନେଶ୍ୱର, ୩୧ା୩(ଅନୁପମ ମିଡ଼ିଆ): ବିଧାନସଭାରେ ବୁଧବାର ­ ବିଦୁ୍ୟତ୍‌ ଦର ବୃଦ୍ଧି ତାତି ଦେଖିବାକୁ ମିଳିଛି । ତେବେ ଏ ସଂକ୍ରାନ୍ତରେ ଓଇଆର୍‌ସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ପତ୍ର ଲେଖିବେ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଗୃହରେ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେବାପରେ ଏନେଇ ଦେଖାଦେଇଥିବା ଅଚଳାବସ୍ଥାର ଅବସାନ ଘଟିଛି । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଆଧାରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶକ୍ରମେ ମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଥିଲେ । ଆଜି ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ କଂଗ୍ରେସ ବିଧାୟକ ମାନେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଯାଇ ପାଟିତୁଣ୍ଡ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ମାନେ ବର୍ଦ୍ଧିତ ବିଜୁଳି ଦରକୁ ହ୍ରାସ କରିବା ଦାବିରେ ନାରାବାଜୀ କରିଥିଲେ । ବାଚସ୍ପତି କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ହେଁ କଂଗ୍ରେସ ବିଧାୟକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ । ଏହା ଫଳରେ ବାଚସ୍ପତି ପାତ୍ର ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସେହି ସମାନ ସ୍ଥିତି ଦେଖା ଦେଇଥିଲା । କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ପୁଣି ଥରେ ବିଜୁଳି ଦର ବୃଦ୍ଧିର ପ୍ରତିବାଦ କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ବିଜୁଳି ଦର ବୃଦ୍ଧି ପାଇଁ ନିଷ୍ପତ୍ତିିର ପ୍ରତିବାଦ କରିଥିଲେ । ସେ କହିଥିଲେ ବର୍ତ୍ତମାନ ଖରା ଦିନରେ ବିଜୁଳିର ଦର ବୃଦ୍ଧି କରା ଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ତୁରନ୍ତ ପ୍ରତ୍ୟାହାର କରା ଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହାକୁ ନେଇ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ଗୃହ ଆଉ ତିନିଥର ମୁଲତବୀ ହୋଇଥିଲା । ୧୨.୨୪ରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ୪ଟାରେ ଗୃହର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବାକ୍ଷଣି ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ ନିଜ ନିଜର ଆସନ ଛାଡ଼ି ଗୃହ ମଧ୍ୟକୁ ପଳାଇ ଆସି ବିଦୁ୍ୟତ୍‌ ଦର ବୃଦ୍ଧିକୁ ନେଇ ହଟ୍ଟଗୋଳ ଜାରି ରଖି ପୋଡିୟମ୍‌କୁ ଲଗାତାର ଭାବେ ବାଡ଼େଇ ଚାଲିବା ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀ ବା ବିଭାଗୀୟ ମନ୍ତ୍ରୀ ସେ ଏ ସମ୍ପର୍କରେ ମନ୍ତବ୍ୟ ରଖ;ୁ । ସେମାନେ ମନ୍ତବ୍ୟ ନରଖିଲା ପର୍ଯ୍ୟନ୍ତ ଆମେ ଗୃହ ଚଳାଇଦେବୁ ନାହିଁ । ସରକାର ବିଧିବଦ୍ଧ ଭାବେ ଗୃହରେ ନିଷ୍ପତ୍ତି ନିଅ;ୁ ଏବଂ ଚିଠି ଲେଖିବା ପାଇଁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦିଅ;ୁ । ଫଳରେ ଏହି ପ୍ରସଙ୍ଗରେ ହଟ୍ଟଗୋଳକୁ ଜୋରଦାର କରିଥିଲେ । ବାଚସ୍ପତି ବାଧ୍ୟହୋଇ ଗୃହକୁ ୪.୧୩ରୁ ୪.୩୩ ପ୍ରଥମେ ୨୦ ମିନିଟ୍‌ ପାଇଁ ମୁଲତବି ରଖିଥିଲେ । ପରେ ୪.୩୩ରୁ ୪.୪୮ ପର୍ଯ୍ୟନ୍ତ
୧୫ ମିନିଟ୍‌ ଗୃହକୁ ମୁଲତବି ରଖିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ବାଚସ୍ପତି ପୁନର୍ବାର ରୁଲିଂକୁ ଦୋହରାଇଥିଲେ । ଏହାପରେ ବିନିୟୋଗ ବିଲ୍‌ ଆଲୋଚନା ଆରମ୍ଭ ହୋଇଥିଲା । ଆଲୋଚନା ଆରମ୍ଭ ହେବା ପୂର୍ବରୁ ମନ୍ତ୍ରୀ ଉପରୋକ୍ତ ପ୍ରତିଶ୍ରୁତି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ନିର୍ଦ୍ଦେଶ

Read More...

ସିଝିଲା ସାରା ଓଡ଼ିଶା:  ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

ସିଝିଲା ସାରା ଓଡ଼ିଶା: ଝାଞ୍ଜି ପବନ ରେ ଜନଜୀବନ ଅସ୍ତବ୍ୟସ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page