ହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ): ସ୍ଥାନୀୟ ଟାଟା ବେଞ୍ଜ୍ ଛକ ସ୍ଥିତ ଏଟିଏମ୍ କାଉଣ୍ଟରରେ ଗତକାଲି ରାତିରେ ଜଣେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଗତକାଲି ରାତି ପ୍ରାୟ ୧୦.୩୦ ଟା ବେଳେ ମହମ୍ମଦ ଆଜାହାର ନାମକ ଜଣେ ଛେଳି ବ୍ୟବସାୟୀ ଟାଟା ବେଞ୍ଜ୍ ଛକସ୍ଥିତ ଏଟିଏମ୍ ଡ଼ିପୋଚିଟ୍ ମେସିନ୍ରେ ୮୦ ହଜାର ଟଙ୍କା ଜମା ପାଇଁ ଯାଇଥିବାବେଳେ ହଠାତ୍ ସେଠାରେ ଉପସ୍ଥିତ ୨ ଜଣ ଯୁବକ ଆମେ ପ୍ରଥମେ ଆସିଛୁ ଡ଼ିପୋଚିଟ୍ କରିବୁ କହି ପାଟି ତୁଣ୍ଡ କରିଥିଲେ । ଏପରିକି ସେମାନଙ୍କ ମଧ୍ୟରେ ମାର୍ ପିଟ୍ ହୋଇଥିବା ଏବଂ ଶେଷରେ ସମ୍ପୃକ୍ତ ଯୁବକମାନେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇ ବୈଦ୍ୟନାଥ ପୁର ଥାନା ପୋଲିସ୍ ଘଟଣାର ତଦନ୍ତ ଚଳାଇଛନ୍ତି ।
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ
Read More...