ଟ୍ରକ୍‌ ଦୁର୍ଘଟଣାରେ ୧୦ ମୃତ

April 10, 2021, ଦେଶ, , Anupambharat News Bureau


ଟ୍ରକ୍‌ ଦୁର୍ଘଟଣାରେ ୧୦ ମୃତ
Anupambharat News Bureau
April 10, 2021


ଉତ୍ତରପ୍ରଦେଶର ଇତାୱା ନଗରୀରେ ଆଜି ଏକ ଗଭୀର ଖାତ ମଧ୍ୟକୁ ଟ୍ରକ୍‌ ଟି ଓଲଟି ପଡିବା ଯୋଗୁଁ ଘଟଣାସ୍ଥଳରେ ହିଁ ୧୦ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ଏହା ବ୍ୟତିତ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଘଟଣା ଇତାୱା ନଗରୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଉତ୍ତରପ୍ରଦେଶର ଲାଖନା ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏକ ଧାର୍ମିକ ସମ୍ମିଳନୀରେ ଯୋଗଦେବା ପାଇଁ ଏକ ଟ୍ରକ୍‌ରେ ବହୁ ସଂଖ୍ୟାରେ ଯାତ୍ରୀ ଗସ୍ତ କରୁଥିବା ବେଳେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ୨୫ଫୁଟ ଗଭୀର ଖାତ ମଧ୍ୟକୁ ଓଲଟି ପଡିଥିଲା । ସମସ୍ତ ପୀଡିତ ବ୍ୟକ୍ତି ପୁରୁଷ ଥିଲେ । ଦୁର୍ଘଟଣାରେ ଟ୍ରକ୍‌ ତଳେ କେତେକ ବ୍ୟକ୍ତି ଚାପି ହୋଇ ରହିଥିବା ଅତ୍ୟନ୍ତ ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

’ମହାଭାରତ’ ଆକ୍ଟର ସତୀଶ କୌଲଙ୍କ ପରଲୋକ

Read More...

ସମଲେଇ ବିକାଶ ଯୋଜନା: ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ

ସମଲେଇ ବିକାଶ ଯୋଜନା: ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page