୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

April 15, 2021, ଓଡ଼ିଶା, , Anupambharat News Bureau


୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ
Anupambharat News Bureau
April 15, 2021


କରୋନା ସଂକ୍ରମଣର ଚେନ୍‌ ଭାଙ୍ଗିବାକୁ ରାଜ୍ୟ ସରକାର କୋଭିଡ କଟକଣାକୁ ଆହୁରି କଡାକଡି କରିଛନ୍ତି । ଆସନ୍ତା ୧୯ରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ଭିତରେ ପୂର୍ବଭଳି ବସ୍‌ ଚଳାଚଳ ଚାଲୁ ରହିବ । ରାଜ୍ୟରେ ଚାଲୁଥିବା ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀ ଯାଇପାରିବେ । ସିଟ୍‌ ଠାରୁ ଅଧିକ ଯାତ୍ରୀଙ୍କୁ ଛିଡା କରି ଆଣିପାରିବନି ବସ୍‌ । ଏପରି କଲେ ବସଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।ଉଲ୍ଲେଖ୍ୟଯୋଗ୍ୟ ପୂର୍ବରୁ ଛତିଶଗଡ ଯାଉଥିବା ବସଗୁଡିକର ଯାତାୟତ ଉପରେ ସରକାର ରୋକ ଲଗାଇଥିଲେ । ସେହିଭଳି ଅଟୋରିକ୍ସା ଓ ଟ୍ୟାକ୍ସି ଯାତାୟତ ଉପରେ ମଧ୍ୟ କିଛି କଟକଣା ଲଗାଯାଇଛି । ଏଥିରେ ଡ୍ରାଇଭରଙ୍କୁ ଛାଡି ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ । ତେବେ ମାଲବାହୀ ଗାଡ଼ି ଉପରେ କୌଣସି କଟକଣା ଲଗାଯାଇ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତେଲେଙ୍ଗାନାରୁ ହାଇଦର ଗିରଫ

ତେଲେଙ୍ଗାନାରୁ ହାଇଦର ଗିରଫ

Read More...

ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ,  ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

ଆଜିଠୁ ସାରା ରାଜ୍ୟରେ ନାଇଟ୍‌ କର୍ଫୁ୍ୟ, ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page