କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

April 15, 2021, ଓଡ଼ିଶା, , Anupambharat News Bureau


କାଳବୈଶାଖୀ : ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Anupambharat News Bureau
April 15, 2021


ଭୁବନେଶ୍ୱର, ୧୫ା୪ (ଅନୁପମ ମିଡିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ପଶ୍ଚିମ, ଦକ୍ଷିଣ ଓ ଉତର ଉପକୂଳର ୧୯ଟି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଗୁରୁବାର ଅପରାହ୍ନ ୧ଟା ୩୦ରୁ ଶୁକ୍ରବାର ସକାଳ ୮ଟା ୩୦ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, କନ୍ଧମାଳ, ଗଞ୍ଜାମ, ନୂଆପଡା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର ଓ ଭଦ୍ରକ ପ୍ରଭୃତି ୧୯ଟି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ସହ ପବନର ବେଗ ୩୦-୪୦ କିଲୋମିଟର ରହି କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ୧୬ ତାରିଖ ସକାଳ ଠାରୁ ୧୭ ତାରିଖ ସକାଳ ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, .କୋରାପୁଟ ,ରାୟଗଡା ଓ ଗଜପତି ଜିଲ୍ଲାରେ ବଜ୍ରପାତ ଓ ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ଅପରପକ୍ଷରେ ୧୯ ତାରିଖ ସକାଳ ଠାରୁ ୨୦ ତାରିଖ ସକାଳ ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର , ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ ଘଂଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ଉପରୋକ୍ତ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ : ୨୪ରୁ ଲାଗୁହେବ ନୂଆ ନିର୍ଦ୍ଦେଶ

Read More...

ତେଲେଙ୍ଗାନାରୁ ହାଇଦର ଗିରଫ

ତେଲେଙ୍ଗାନାରୁ ହାଇଦର ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page